ସମାଜ ଚାହୁଁଛି
ସମାଜ ଚାହୁଁଛି
ସମାଜ ଚାହୁଁଛି ପରିବର୍ତ୍ତନ
ମଣିଷ ଚାହୁଁଛି ପରିବର୍ତ୍ତନ
ଯୁଦ୍ଧ ନୁହେଁ ଶାନ୍ତି ଚାହୁଁଛି
ଏ ମଣିଷର ହୃଦୟ ଓ ମନ
ମୋହ, ମାୟା ଲୋଭରେ
ମଣିଷ ହେଉଛି ଜ୍ଞାନ ଶୂନ୍ୟ ।
ସେ ହୁଅନ୍ତୁ ନିଉଟନ୍
ଅବା ଆଇନ୍ ଷ୍ଟାଇନ୍
ସେମାନେ କି ଚାହିଁ ଥିଲେ
ଧ୍ଵଂସ କରୁ ଏ ସମଗ୍ର ବିଶ୍ବକୁ
ଆମ ଏ ତଥା କଥିତ ବିଜ୍ଞାନ
ମଣିଷ ଆଜି ସାଜିଛି ସୈତାନ୍
ତା'ର ବୁଦ୍ଧି ବିବେକ ଜ୍ଞାନ ର
ହୋଇଯାଇଛି ଅଧପତନ
ରୋଗ, ଶୋକ, ବ୍ୟାଧିର
କରୁଅଛି ପ୍ରୋତ୍ସାହନ
ହାହାକାର ମଚାଉଛି
ସମଗ୍ର ବିଶ୍ଵେ ବଦନାମ୍
ଆଜି ହେଉଛି ବିଜ୍ଞାନ ।
ବୈଜ୍ଞାନିକ ବସି ଭାବୁଛି
ସତେ କି ଏ ମୂର୍ଖ ମାନଙ୍କ
ନେତୃତ୍ଵ ପାଇଁ
କଳଙ୍କିତ ହେବ ବିଜ୍ଞାନ
ପାଣିପାଗ, ବନ୍ୟା, ବାତ୍ୟା
ପ୍ରାକୃତିକ ବିପର୍ଯ୍ୟୟ ସବୁର
ଯେଉଁ ଶାସ୍ତ୍
ର କରେ
ତନ୍ନ ତନ୍ନ ଅଧ୍ୟୟନ
ଯେଉଁ ଶାସ୍ତ୍ର ବଳେ ମଣିଷ
ଆଜି ହୋଇଛି ବଳୀୟାନ
ବିଶ୍ଵ ବାସୀଙ୍କ ଧ୍ଵଂସ ର
ହେବ କି କାରଣ
କଳଙ୍କ ର ଟୀକା ପିନ୍ଧିବ କି ବିଜ୍ଞାନ
ଆଗାମୀ ପିଢ଼ି ଙ୍କ ପାଇଁ
ସର୍ବନାଶ ର କାରଣ
ବନିବ କି ବିଜ୍ଞାନ
ଏ ସମାଜ ଏ ମଣିଷ ଜାତି
ଚାହୁଁଛି ପରିବର୍ତ୍ତନ ।
ବୁଦ୍ଧିଜୀବି ହୁଅ ସଚେତନ
ମୂର୍ଖ ମାନଙ୍କ ହାତେ
ନ ଟେକ ବିଶ୍ଵ ଓ ଦେଶର ନେତୃତ୍ଵ ପୁଣ
ଅହଂକାରୀ ନେତା ମାନଙ୍କୁ
ସମୂଳେ କର ମୂଳୋତ୍ପାଟନ
ତେବେ ବଞ୍ଚିବ ଏ ମଣିଷ ଜାତି
ବଞ୍ଚିବ ଉଚ୍ଚ କରି ମଥା
ଆମରି ବିଜ୍ଞାନ
ଏ ସମଗ୍ର ମାନବ ସମାଜ
ସମଗ୍ର ମାନବ ଜାତି ଚାହୁଁଛି ପରିବର୍ତ୍ତନ
ଆଜିର ଏକବିଂଶ ଶତାବ୍ଦୀର
ମଣିଷ ଚାହୁଁଛି ପରିବର୍ତ୍ତନ
ଆଜିର ସମାଜ ଚାହୁଁଛି ପରିବର୍ତ୍ତନ ।