Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ନାହିଁ ଅଭିଯୋଗ

ନାହିଁ ଅଭିଯୋଗ

1 min
207


 ନାହିଁ ତିଳେ ଅଭିଯୋଗ ତୁମ ପାଖେ ହେ ମୋର ଆରାଧ୍ୟ

ତୁମ ପାଇଁ ହିଁ ସାଧନା ତୁମେ ମୋର ଏକମାତ୍ର ସାଧ୍ୟ। 


ହସ ଲୁହ ଯେତେ ମୋର ସେ ତ ସବୁ ମୋ କର୍ମ କାରଣେ

କିବା ଲାଭ ଦୋଷ ଦେଇ ତୁମେ ବି ତ ନିଜ ପାଖେ ବାଧ୍ୟ। 


ତୁମେ ଏକା ନିରପେକ୍ଷ ଆଉ ସବୁ ପକ୍ଷପାତୀ ଏଠି

ତୁମ ପଦେ ହିମ ଛାୟା ବୈଶାଖର ଜ୍ଵଳନ ସବୁଠି। 


ଜୀବନର ଜଉ ଘରେ ତୁମେ ହିଁ ତ ବଞ୍ଚିବାର ରାହା

ତୁମ ବିନା ସତେ ପ୍ରଭୁ ମଉଳା ମୋ ବେଶ ପରିପାଟୀ। 


ଯହିଁ କି ଯା ସାଜେ ଭଲ ତାହା ତୁମେ ଦିଅ ସିନା ଖଞ୍ଜି

ଯାହାକୁ ଯା ଲୋଡ଼ା ତୁମେ ସେ ଦରବ ଆଣି ଦିଅ ଖୋଜି ।


ମୁଁ ସିନା ଅବୁଝା ହୋଇ ଭାଙ୍ଗିପଡେ ଦୂଃଖେ ପ୍ରତିଥର

ସେ ଦୁଃଖ କଲ୍ୟାଣକାରୀ ବିଳମ୍ବରେ ପାରେ କିନ୍ତୁ ହେଜି। 


ସେ ପାଇଁ ମୋ ଅଭିଯୋଗ ନାହିଁ କେବେ ତୁମ ଆଗେ ପ୍ରଭୁ

ଏତିକି ପ୍ରାର୍ଥନା କିନ୍ତୁ ଏ ଅଧମ ସଦା କୃପା ଲଭୁ। 


Rate this content
Log in

Similar oriya poem from Abstract