STORYMIRROR

Rabindra kumar Sahoo

Abstract Inspirational

3  

Rabindra kumar Sahoo

Abstract Inspirational

"ଜଳିବାର ଆନନ୍ଦ"

"ଜଳିବାର ଆନନ୍ଦ"

1 min
135

    

   ଜଳିବାର ଆନନ୍ଦ

      ଜାଳିବାରେ ନ ଥାଏ

    ମରିବାର ଆନନ୍ଦ

       ମାରିବାରେ ନ ଥାଏ

    ବିରହ ଆନନ୍ଦ 

       ମିଳନରେ ନ ଥାଏ

     ମୁକ୍ତିର ଆନନ୍ଦ

       ବନ୍ଧନରେ ନ ଥାଏ ।

   

    ତ୍ୟାଗ ର ଆନନ୍ଦ 

      ଭୋଗରେ ନ ଥାଏ

    ବିୟୋଗର ଆନନ୍ଦ

       ଯୋଗରେ ନ ଥାଏ

    ଦେବାର ଆନନ୍ଦ

     ନେବା ପାଇବାପରେ ନ ଥାଏ

    ଦୁଃଖ ର ଆନନ୍ଦ

      ସୁଖରେ ନ ଥାଏ 

    ଭୋକର ଆନନ୍ଦ

     ଧନ ଓ ଧନିକ ପାଶେ ନ ଥାଏ ।


     ଅହିଂସା ଆନନ୍ଦ

      ହିଂସା ରେ ନ ଥାଏ

    ସଞ୍ଜମତାର ଆନନ୍ଦ

       ନିଶାରେ ନ ଥାଏ

    ମା'ର ସ୍ନେହ ଆଦର

      ମାଉସୀ ଠି ନ ଥାଏ

    ଗାଁ ର ଆନନ୍ଦ 

       ସହରେ ନ ଥାଏ

    ଝୁମ୍ପୁଡି ଘରର ଆନନ୍ଦ

      କୋଠାଘରେ ନ ଥାଏ

   ବାସୀ ପଖାଳର ଶାନ୍ତି ଓ ଆନନ୍ଦ

    ପଲଉ ବିରିୟାନିରେ ନ ଥାଏ ।


    ସାମୂହିକତାର ଆନନ୍ଦ

     ସ୍ଵାର୍ଥପରତାରେ ନ ଥାଏ

   ଶ୍ରମର ଆନନ୍ଦ

      ଭିକ୍ଷାରେ ନ ଥାଏ

   ବିଲ ବାଡି ରୁ ସୃଷ୍ଟ

   ଧାନ ଚାଉଳ ର ଆନନ୍ଦ

   ପଡି ଚାଉଳରେ ନ ଥାଏ

   ମା ହାତ ରନ୍ଧା 

     ଶାଗ ପଖାଳ ଆନନ୍ଦ

   ପଞ୍ଚତାରକା ହୋଟେଲ ରେ ନ ଥାଏ

   ଆମ ସଂସ୍କାର, ସଂସ୍କୃତି

      ପରମ୍ପରା ର ଆନନ୍ଦ

    ବିଦେଶୀ ନଗ୍ନ ଚଳଣୀରେ ନ ଥାଏ

   ବିଶ୍ଵ ମାତୃକା ର ସେବାରେ ଆନନ୍ଦ

    ସ୍ଵାର୍ଥପର ହୋଇ ଦେଶ ଦେଶ ମଧ୍ୟେ

     ଦ୍ଵନ୍ଦ୍ଵ ଯୁଦ୍ଧରେ ନ ଥାଏ 

    ଶାନ୍ତି, ମୈତ୍ରୀ, ଅହିଂସା ର ଆନନ୍ଦ

     ହିଂସା, ଦ୍ୱେଷ ଓ ଯୁଦ୍ଧରେ ନ ଥାଏ

   ଦେଶ ମାତୃକାର ସେବା କରି

     ବିଶ୍ଵ ଜନନୀର ପୂଜା କରି

    ମାନବ ଜାତିକୁ ଜୀବ ଜଗତକୁ

     ବଞ୍ଚି ବଞ୍ଚାଇବାର ଆନନ୍ଦ

    ସମଗ୍ର ବିଶ୍ବକୁ ଧ୍ଵଂସ ଆଡ଼କୁ 

       ଠେଲିବାରେ ନ ଥାଏ ।


   

    

    


Rate this content
Log in

Similar oriya poem from Abstract