Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Abstract

3  

Ajit Kumar Raut

Abstract

ଠାକୁର ଆମର କରୁଣା କର

ଠାକୁର ଆମର କରୁଣା କର

1 min
14



ଶୁଭ ମୂହୁର୍ତ୍ତ ଏ ଆସିଛି ମର୍ତ୍ତ୍ୟର

ହୁଏ ମନ ପ୍ରଫୁଲ୍ଲିତ

ଟିଭିରେ ଦେଖୁଛୁ ରାମ ବାଲ୍ୟରୂପ

ଗର୍ଭଗୃହେ ପ୍ରତିଷ୍ଠିତ 

ମନ ହୁଏ ଆନନ୍ଦିତ

ଓଡ଼ିଆ ଭାଷାର କବି ସମ୍ମିଳନୀ 

ଜଗନ୍ନାଥଙ୍କ ଶ୍ରୀକ୍ଷେତ୍ର !!


ସାକ୍ଷୀଗୋପାଳରେ କବି ସମ୍ମିଳନୀ

ପରା ଏ ନୂଆ ସଂକେତ

କବି  ସିଂହଭୂମି  ଆମନ୍ତ୍ରିତ ତହିଁ 

ଗାଇବେ ରାମ ସଙ୍ଗୀତ

ସାକ୍ଷୀ ଟି ସାକ୍ଷୀଗୋପାଳ 

ପ୍ରାଣପ୍ରତିଷ୍ଠାହେ ଅଯୋଧ୍ୟା ଭୁବନେ

ଥିବ ସ୍ମୃତି ଚିରକାଳ !!


ଦର୍ଶନ  କରିବୁ  ଚକାନୟନ କୁ 

ଶରୀର ହେବ ପବିତ୍ର

ଧରି ବାଲ୍ୟରୂପ ମର୍ଯ୍ୟାଦା ପୁରୁଷ 

ମର୍ତ୍ତ୍ୟଧାମେ ଆବିର୍ଭୂତ

ଅଯୋଧ୍ୟାପୁର ସଜ୍ଜିତ                        

ଦିବ୍ୟହେ ମନ୍ଦିର ପ୍ରଭୁ ରାମଙ୍କର

ପରମବ୍ରହ୍ମ ସାକ୍ଷାତ !!


ବାଇଶି ତାରିଖ ଜାନୁଆରୀ ମାସ

ପରା ଶୁଭ ଏ ମୂହୁର୍ତ୍ତ 

ଜଗତଠାକୁର ପରା ମର୍ତ୍ତ୍ୟଧାମେ

ଭକ୍ତିରେ ଭକ୍ତ ଜଡ଼ିତ 

ହୁଅନ୍ତି କବି ଗର୍ବିତ

ରାମଙ୍କ ମହିମା କବିତା କବିର

କଳ୍ପନାର ଭକ୍ତି ସ୍ରୋତ !!


ଓଡ଼ିଆ ବିଶ୍ୱବିଦ୍ୟାଳୟ ଟି ଧନ୍ୟ 

ସାକ୍ଷୀଗୋପାଳେ ଏହୁତ

ଶୁଭମୂହୁର୍ତ୍ତରେ ଧ୍ୟାନସିଂହଭୂମେ 

ଓଡ଼ିଆ ଏଠି ଗର୍ବିତ

ହେ ସାକ୍ଷୀଗୋପାଳ

ପ୍ରାଣ ପ୍ରତିଷ୍ଠା ଟି ଆରାଧ୍ୟ ରାମଙ୍କ

ସ୍ମୃତି ଥିବ ଚିରକାଳ !!


ଆସି ଅଛି ଦୁଇ ହଜାର ଚବିଶି

ରାମମୟ ମର୍ତ୍ତ୍ୟପୁର

ତ୍ରେତୟାର ଦୃଶ୍ୟ ଭାରତବର୍ଷରେ

ଜନତା ଖୁସି ଅପାର

ଆଗମନ ରାମରାଜ୍ୟ

ନୂଆ ନୂଆ ସ୍ବପ୍ନ ସାକାର ହେଉଛି

ପରା ଚନ୍ଦ୍ରଲୋକେ ଧ୍ଵଜ !!


ପବିତ୍ର ଧରଣୀ ଲେଖୁଛି କାହାଣୀ 

ଅମୃତ ଏ କାଳ ପରା

ଅସମ୍ଭବ ସବୁ ସମ୍ଭବ ହେଉଛି

ଲୀଳା ରାମଙ୍କର ସାରା

କରୁଣା ଅଟେ ତାଙ୍କରି

ଗୌରବର ଗାଥା ଉଡୁଛି ବିଶ୍ବରେ 

ତ୍ରେତୟା ଯୁଗର ପରି !!




Rate this content
Log in

Similar oriya poem from Abstract