STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ଏକ ବିଚରା ସଞ୍ଜ

ଏକ ବିଚରା ସଞ୍ଜ

1 min
154

କିଛି ଦାନବଙ୍କ ବିଷାକ୍ତ ନିଶ୍ୱାସ

ଢାଙ୍କି ଦେଇଛି ଆକାଶର ନୀଳ ଛାତିଟାକୁ

ସେମାନଙ୍କ ଦୀର୍ଘଶ୍ୱାସର ସ୍ଵକଳ୍ପିତ

ଆତତାୟୀ ଯୋଜନା ଭିତରେ। 


ଅଗଣା ସଙ୍କୁଚିତ ହୋଇ 

ପାଲଟିଛି ଗନ୍ଧହୀନ କାକଟସ ଭରା

ଝୁଲା ବାଲକୋନୀରେ,

ଯେଉଁଠି ନା ଥାଏ ମାଟିର ସ୍ଥିରତା

ନା ଥାଏ ଆକାଶର ସନ୍ତୁଳିତ ଦୀର୍ଘ ବିଶାଳତା। 


ବୈଶାଖ ଜଳୁଛି କ୍ରୋଧେ

ତା ସମସ୍ତ ଅସହିଷ୍ଣୁତାକୁ ଘରୁ କାଢ଼ି ପଦାରେ ପକାଇ,

ସ୍ଵପ୍ନ ସବୁ ପାଣି ଫାଟିଯାଏ

ସ୍ୱେଦ ସମ ଜୀବନଟା ଦେହରୁ ଯାଏ ବହି। 


ଆଉ ବିଚରା ସଞ୍ଜ

ଅଣନିଶ୍ୱାସି ହେଉଥାଏ ଅଚିହ୍ନା ଗୋଧୂଳିର

ଧୂଳିଆ ଛୁଆଁରେ,

ଓ ବାହାରିବାକୁ ବାଟ ଖୋଜୁଥାଏ

ସମୟ ଆଗରୁ ମାଡ଼ି ପଡ଼ୁଥିବା

ରାତିର ଘନ ଅନ୍ଧକାରେ। 


ସେଇ ସବୁ ସେମିତିକା ସଞ୍ଜକୁ ସାଉଁଟି

ମୁଁ ଲେଖିବସେ ଏକ ଉଦାସୀ କବିତା

କେହିଜଣେ କହି ଯାଇଛି ମୋତେ

ଅସମ୍ପୂର୍ଣ୍ଣ ରଖିବାକୁ ଶେଷ ପଙ୍କ୍ତି ଟିକୁ 

କାଳେ କେଉଁ ଫଗୁଣର ରଙ୍ଗ ଅସରାଏ

ବର୍ଷିଯିବ ମୋ ହାରି ଆସୁଥିବା କ୍ଷୀଣ ବିଶ୍ଵାସରେ !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract