ଓଡ଼ିଆ ଗୌରବ ମଧୁସୂଦନ
ଓଡ଼ିଆ ଗୌରବ ମଧୁସୂଦନ
ଓଡ଼ିଆ ଗୌରବ ଗୁଞ୍ଜନ, ନାମ ମଧୁସୂଦନ,
ସତ୍ୟଭାମାପୁର କଟକ, ଜିଲ୍ଲା ଟି ଜନ୍ମସ୍ଥାନ !!
ଅଠୈଶ ତାରିଖ ଅପ୍ରେଲ, ଶୁଭ ମୁହୁର୍ତେ ଜନ୍ମ,
ପାଳୁଛି ଓଡ଼ିଆ ତାଙ୍କର, ଜନ୍ମ ଜୟନ୍ତୀ ଦିନ !!
ଦିଏ ଶ୍ରଦ୍ଧାଞ୍ଜଳି ଭକ୍ତିରେ, ଭକ୍ତିପୂତ ସୁମନ,
ଓଡ଼ିଆ ବିଚ୍ଛିନ୍ନାଚଳରେ , ତୁମ ହୁଏ ପୂଜନ !!
ଓଡିଶା ରାଜ୍ୟର ଗଠନ, କରିଥିଲ ହେ ତୁମେ
ବିଚ୍ଛିନ୍ନ ଓଡ଼ିଆ ଦୁର୍ଭାଗ୍ୟ,ଝାଡ଼ଖଣ୍ଡରେ ଆମେ !!
ମାତୃଭାଷା ଆମ ଓଡିଆ, ହୁଏ ଟି ହୀନିମାନ,
ଭାଷା ଶୁନ୍ୟ ଭୂମି ହୋଇଛି,ନାହିଁ କାହାରି ଧ୍ୟାନ !!
ଜନ୍ମ ଜୟନ୍ତୀ ଟି ପାଳନ, ହୁଏ ବିଚ୍ଛିନ୍ନାଚଳେ,
ସ୍ମୃତି ତୁମ ପରା ରହିଛି, ଏଠି ଓଡ଼ିଆ କୋଳେ !!
ଚିତ୍କାର ଶୁଭୁଛି ସର୍ବଦା, ବହି ଦିଅ ସନ୍ତାନେ,
ସ୍କୁଲେ ନାହାନ୍ତି ଶିକ୍ଷକ, କିଏ ଶୁଣିବ କର୍ଣ୍ଣେ !!
ସିଂହଭୂମି ଆମ ଓଡ଼ିଆ,କାଳ କଟେ ବିକଳେ,
ନ ପାରିଲ ଯୋଡ଼ି ଉତ୍କଳେ,ଯୋଡ଼ି ଦେଲ ସକଳେ !!
ସ୍ବାଭିମାନ ଏହୁ ଦିବସ, ପାଳେ ଓଡ଼ିଆ ଭାଇ,
ଜନ୍ମ ଜୟନ୍ତୀ ଟି ପାଳୁଛି, ତୋର ସ୍ମୃତିକୁ ଗାଇ !!
ଓଡ଼ିଆ ଜାତିର ଗୌରବ, ତୁମେ ହେ ବାରିଷ୍ଟର
ଅଧ୍ୟାପକ ରୂପେ ଦେଲହେ, ଜ୍ଞାନ ଭାଷା ଶିକ୍ଷାର !!
ଧର୍ମପତ୍ନୀ ତୁମ ଥିଲେଟି,ସୌଦାମିନୀ ନାମର
ରଘୁନାଥ ପିତା ଚୌଧୁରୀ ମାତା ପାର୍ବତୀ ତୋର !!
ଦିଏ ଶ୍ରଦ୍ଧାଞ୍ଜଳି ଭକ୍ତିରେ ଆଜି ବିଚ୍ଛିନ୍ନାଚଳ
ସ୍ବୀକାର କରହେ ମହାତ୍ମା ଚାହିଁ ନେତ୍ର ଚଞ୍ଚଳ !!
ଦେଖ ନେତ୍ରେ ଥରେ ଭୂଇଁକୁ କାନ୍ଦି ଉଠେ ଓଡିଆ,
ଭାଷା ଶିକ୍ଷା ଶୁନ୍ୟ ହୋଇଛି ଆଶା ମାତ୍ର କାଳିଆ !!
ନେତ୍ରରୁ ଝରୁଛି ଲୋତକ, ତାହା ଦେଖିବ କିଏ,
ଯାହାର ଦେଖିବା କର୍ତ୍ତବ୍ୟ,କାହିଁ ନଜର ଦିଏ !!
ଭରସା ମାତ୍ର ହିଁ କାଳିଆ,ପଦେ ତାଙ୍କରି ଧ୍ୟାନ,
ଜନ୍ମ ଜୟନ୍ତୀରେ ଗୁହାରି କରେ ଓଡିଆ ଜନ !!
ଭାଷା ଶିକ୍ଷା ବିନା ଶରୀର ନାହିଁ ମୂଲ୍ୟ ଯାହାର,
ହେ ବିଜ୍ଞ ପୁରୁଷ ତାହାକୁ ଆମ ଭୂଇଁରେ ଭର !!
ଜନ୍ମ ଜୟନ୍ତୀରେ ମାଗୁଣି ପୂର୍ଣ୍ଣ କରିବ ଏହା,
ସନ୍ତାନ ପଢ଼ନ୍ତୁ ଓଡ଼ିଆ ମାତୃଭାଷାରେ ତାହା !!