Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Abstract

4  

Ajit Kumar Raut

Abstract

ଅକ୍ଷୟ ତୃତୀୟା

ଅକ୍ଷୟ ତୃତୀୟା

1 min
19



ଥିଲା ରୌଦ୍ର ଖରା


ସମୟ ଚାରି'ଟା


ପଶ୍ଚିମ ଦିଗ ଅନ୍ଧାର !


ଦିଶୁ ଥିଲା ଦୃଶ୍ୟ


କଳା ମେଘ ପରି


ଖୁସିରେ ନାଚେ ଶରୀର !


ବର୍ଷାର ସଙ୍ଗରେ


ପ୍ରଖର ପବନ


ଧରିତ୍ରୀ ହେଲା ଅନ୍ଧାର !!


ମନେ ପଡ଼ି ଗଲା


ଅକ୍ଷୟ ତୃତୀୟା


କାଲି ପରା ଶୁକ୍ରବାର !


ବର୍ଷାର ଆରମ୍ଭ


ଚାଷ ଶୁଭାରମ୍ଭ


ଆନନ୍ଦ ଚାଷୀ ଅପାର !


ହୁଏ ଶୁଭକର୍ମ


ଆଜି ଠାରୁ ଯହିଁ


ବ୍ରତ ପୂଜା ବାହାଘର !!


କୃଷକ ହର୍ଷିତ


ଶୁଭ ଅନୁକୂଳ


ମୁହୂର୍ତ୍ତ ପରା ଚାଷର !


ସଜେଇ ବସିଛି


କୃଷକ ଘରଣୀ


ଅକ୍ଷୀ ମୁଠି ଧାନ ତା'ର !


ଲିପାପୋଛା କରି 


ଘର ଦ୍ବାର ନାରୀ


ଚିତା ଲେଖିଛି ସୁନ୍ଦର !!


ଲକ୍ଷ୍ମୀ ପାଦ ତହିଁ


ଲେଖିଛି ଭକ୍ତିରେ


ପ୍ରୀତି ରଖି ଲକ୍ଷ୍ମୀଙ୍କର !


ଶଙ୍ଖ ହୁଳହୁଳି


ପଡୁଛି ଗୃହରେ


ଅକ୍ଷୟ ଏ ତୃତୀୟାର


ନୂଆ ପରିଧାନେ


କୃଷକ ଭାଇରେ


ଜମିକୁ ଯାଉଛି ତା'ର !!


ଶୁଭ ମୁହୂର୍ତ୍ତରେ


ଧାନ ବୁଣି ଦେବ


ହଳ ଲଙ୍ଗଳ ତୈୟାର !


ତିନି ଦିଅଁଙ୍କର


ରଥ ତିନି ତହିଁ


ନିର୍ମାଣ ହୁଏ ରଥର !


ଉତ୍ସବ ମୁଖର


କୃଷକର ଘର


ବର୍ଣ୍ଣିବାର ଶକ୍ତି କାର !!


ଜନ୍ମ ଦିନ ପରା


ପର୍ଶୁରାମଙ୍କର


ଏହୁ ଶୁଭ ଦିନେ ଯାର !


ଏହୁ ଦିନ ପରା


ଗଙ୍ଗା ମର୍ତ୍ତ୍ୟ ପୁର


ଅମୃତ ମୁକ୍ତିର ଧାର !


ରାବଣର ପୁତ୍ର


ଅକ୍ଷୟ ସଂହାର


କରିଥିଲେ ହନୁ ବୀର !!



Rate this content
Log in

Similar oriya poem from Abstract