STORYMIRROR

kahnu charan sahu

Abstract

3  

kahnu charan sahu

Abstract

ମୋ ମାଆ ପରା ସିଏ

ମୋ ମାଆ ପରା ସିଏ

1 min
245


ପ୍ରାୟ ସେଦିନ ସାଢ଼େ ତିନିଟା   

ଚାରିଆଡେ କିଟିମିଟି କାଳି ଅନ୍ଧାର  

ଅଳ୍ପଅଳ୍ପ ବର୍ଷା ସାଥିରେ ଚକମକ୍ ବିଜୁଳି ଲୁଚକାଳି ଖେଳୁଥାଏ  

ସେହି ସମୟରେ ଅସହ୍ୟ ଯନ୍ତ୍ରଣା ସହି ମତେ ଯିଏ ଜନ୍ମଦିଏ

ମୋ' ମାଆ ପରା ସିଏ ।


ପିଲାବେଳେ

ନିଜେ ନ ଶୋଇ ମତେ ଶୁଆଇବାରେ ସାରାରାତି ତା'ର ବିତେ 

ଗୁଣୁଗୁଣୁ କେତଯେ ଗୀତ ଗାଇ, ବିଞ୍ଛଣାରେ ବିଞ୍ଛିଦିଏ 

ଗୋଡ଼ ଲମ୍ବେଇ ହଲେଇ ଝୁଲେଇ ମୋ' ଜିଦିଆପଣକୁ  

ସ୍ନେହ, ମମତାର ଡୋରୀରେ ଛନ୍ଦିଦିଏ 

ମୋ' ମାଆ ପରା ସିଏ ।


ମୋତେ ଖୁଏଇବାକୁ ସକାଳେ

କାଉ, କୋଇଲି, କୁକୁର, କୁକୁଡ଼ା, ଗାଈ ଦେଖାଏ

ସଞ୍ଜ ହେଲେ ଘର ଚାରିଆଡେ ବୁଲାଏ

ଆକାଶରେ ଜହ୍ନ ମାମୁଁ ଦେଖାଏ

ନ ଖାଇଲେ ଭୂତ ନେଇଯିବ ତତେ କହେ

ମୋ' ମାଆ ପରା ସିଏ ।


ମୋର ସବୁ ଅଝଟପଣକୁ ସହିଯାଏ 

କିଛି କ୍ଷଣ ବାହାରକୁ ଚାଲିଗଲେ 

ପାଗେଳି ଙ୍କ ପରି ଖୋଜୁଥାଏ,

ପ୍ରତିକ୍ଷଣ ପରିବାର ପାଇଁ ମଙ୍ଗଳ କାମନା କରୁଥାଏ        

ମୋ ଫେରିବା ବାଟକୁ ଚାହିଁ ରହିଥାଏ                

ମୋ' ମାଆ ପରା ସିଏ I

        &

nbsp;        

ମୋତେ ଓ ମୋ ଭାଇ ଭଉଣୀଙ୍କୁ ମଣିଷ ପରି ମଣିଷଟିଏ କରିବାକୁ              

ଅନେକ କଷ୍ଟକୁ ନିଜର କରି ନେଇଛି ଶାସନ, ଅନୁଶାସନ ଓ ସଂସ୍କାର ଦେଇ

ଧୈର୍ଯ୍ୟର ସହ ଲକ୍ଷ୍ୟ ସ୍ଥଳରେ ପହଁଚିବାର କଳା ଶିଖାଏ

ଦୁଷ୍ଟମୀ କଲେ କାନ ମୋଡି ଦିଏ 

ଅବାଟ ରେ ଚାଲିଗଲେ ଦେଖି ଚାପୁଡ଼ାମାରି ବାଟ ବତାଏ   

ପୁଣି ବାଡେଇବାର ଅନୁତାପ କରି 

ମୋ' ସୁନା ମୋ' ଧନ କହି ଗେଲକରେ କଅଁଳିଆ ଗାଲେ ସ୍ନେହ ବୋଳା ଚୁମ୍ବନ ଆଙ୍କିଦିଏ     

ମୋ' ମାଆ ପରା ସିଏ I


ବାପା ଯେବେ ରାଗିଯାଇ ଗାଳି ଅବା ବର୍ଷଣ କରନ୍ତି

ତା' ପଣତ କାନିରେ ଘୋଡେଇ ସୁରକ୍ଷା ଦିଏ,

ତା' ମୁହଁ ଦେଖି ଦୁନିଆର ସବୁ ଖୁସି ଅନୁଭବ ହୁଏ

ସିଏ ଆମ ପରି ଉଚ୍ଚ ଶିକ୍ଷିତ ନୁହେଁ

ହେଲେ ତା' ଓଠରୁ ଝରୁଥିବା ପ୍ରତିଟି ଶବ୍ଦ

ବଞ୍ଚିବାର କଳା ଶିଖାଏ, ସିଏ ଜ୍ଞାନର ଭଣ୍ଡାର ଟିଏ

ମୋ' ମାଆ ପରା ସିଏ I


ସିଏ ଏମିତି ଈଶ୍ୱରୀ ଟିଏ

ତାକୁ ଶବ୍ଦରେ ବଖାଣିବା ସହଜ ନୁହେଁ

ତା' ମିଠା କଥା ଆଉ ଆଦର ଆତ୍ମ ବିଶ୍ବାସ ବଢାଏ

ସନ୍ତାନର କଷ୍ଟଦେଖି ଯେବେ ତା' ପାଟିରୁ ଆଃ ଶବ୍ଦ ବାହାରେ

ହୃଦୟରେ ଥିବା ସବୁ ଗ୍ଲାନି ପ୍ରଶମିତ ହୁଏ 

ମୋ' ମାଆ ପରା ସିଏ ।


Rate this content
Log in

Similar oriya poem from Abstract