STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ମର୍ଯ୍ୟାଦା ପୁରୁଷ ରାମ

ମର୍ଯ୍ୟାଦା ପୁରୁଷ ରାମ

1 min
7


ନର ରୂପ ଧରି ମର୍ତ୍ତ୍ୟରେ ଜନମ


ମର୍ଯ୍ୟାଦାରେ ରହି କରୁଥିଲେ କର୍ମ


ଟପି ନାହିଁ ଦିନେ ସୀମାରୁ ଶ୍ରୀରାମ


ଦେଲେ ଟି ଜ୍ଞାନ,


ଟପି ଗଲେ ନଦୀ, ନଦୀ କି କହିବ


ବିନାଶ କାରଣ ତାହାରେ ଦେଖିବ


ରାବଣର ପରି  ଚିତ୍କାର  ଶୁଣିବ


ମର୍ଯ୍ୟାଦା ହୀନ !!


ମନୁଷ୍ୟର ଗୁଣ ଦେଲେ ମନୁଷ୍ୟକୁ


ଜନ୍ମ ହୋଇ ମର୍ତ୍ତ୍ୟେ କର୍ମ କରିବାକୁ


ସଂସ୍କୃତି ସଂସ୍କାର ମନୁଷ୍ୟ ଧର୍ମକୁ


ଦେଲେ ମନୁଷ୍ୟେ,


ନିଜେ କର୍ମ କରି ସ୍ଥାପିଲେ ମର୍ଯ୍ୟାଦା


ସନାତନ ଧର୍ମ  କର୍ତ୍ତବ୍ୟେ ସର୍ବଦା


ସମଭାବ ପ୍ରୀତି ପ୍ରଜାରେ ଶରଧା


ଭାରତବର୍ଷେ !!


କର୍ମ  ବଳୁ ପରା ନର  ଭଗବାନ


ତାର  କର୍ମ ହୁଏ ଜଗତେ ପୂଜନ


ତାର କାର୍ଯ୍ୟ ଦ୍ବାରା ରାଷ୍ଟ୍ରର ନିର୍ମାଣ


ହେ ଭଗବାନ,


ଆସ ଭାଇ ଆସ ଏକତ୍ରିତ ହେବା


ରାମ କର୍ମ କରି ରାଷ୍ଟ୍ରକୁ ଗଢିବା


କୀର୍ତ୍ତି ଓ ଗୌରବ ବିଶ୍ବରେ ସ୍ଥାପିବା


କରି ଭଜନ ।।


Rate this content
Log in

Similar oriya poem from Abstract