Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Abstract

4  

Ajit Kumar Raut

Abstract

ରାମ ନବମୀ

ରାମ ନବମୀ

1 min
47

ରାମ ରାମ ନାମ ଗୁଞ୍ଜନ

ସାରା ଭାରତବର୍ଷ,

ବାଲ୍ୟରୂପ ପ୍ରଭୁ ଦର୍ଶନ

କରୁ ଛନ୍ତି ଆଶୀଷ ।


ଚୈତ୍ରମାସର ଶୁକ୍ଳପକ୍ଷ

ତିଥି ନବମୀ ଧରା

ଗୁଞ୍ଜୁ ଅଛିରେ ଚତୁର୍ଦ୍ଦିଗେ

ରାମଙ୍କ ଜନ୍ମ ପରା ।


ଶୁଭ ମୂହୁର୍ତ୍ତରେ ଜନମ

ପ୍ରଭୁ ରାମ ଆରାଧ୍ୟ,

ମର୍ତ୍ତ୍ୟ ଭୂମି ଧନ୍ୟ ହୋଇଲା

ପାଇ ପ୍ରଭୁ ସାନିଧ୍ୟ ।


ଦୁଷ୍ଟର ବିନାଶ ପାଇଁରେ

ଜନ୍ମ ହେଲା ତାଙ୍କର,

ବିଷ୍ଣୁ ଅବତାର ଶ୍ରୀରାମ

ଧରି ନର ଶରୀର ।


ଅଯୋଧ୍ୟା ଭୁବନେ ଜନମ

ଧନ୍ୟ ଅଯୋଧ୍ୟା ପୁର,

ଦିବ୍ୟ ଭବ୍ୟ ତାଙ୍କ ମନ୍ଦିର

ଦେଖି ମନ ଆତୁର ।


ବାଲ୍ୟରୂପେ ପ୍ରଭୁ ସ୍ଥାପନା

ହୋଇ ଅଛି ମନ୍ଦିରେ,

ରାମମୟ ଆଜି ଧରିତ୍ରୀ

ଗୁଞ୍ଜେ ନାମ ଭକ୍ତିରେ ।


ପୂଜନ ତାଙ୍କର ହେଉଛି

ଗୃହ ଗୃହ ଦେଶରେ

ସନାତନୀ ଅତି ଖୁସିରେ

ପଦ ପୂଜେ ଭକ୍ତିରେ ।


ନୂତନ  ଉତ୍ସାହ ଉମଙ୍ଗ

ଗୁଞ୍ଜେ ଜନତା ମନ,

ରାମ ରାଜ୍ୟ ପରି ଶାସନ

କାଳ ଅମୃତ ପୁନଃ ।


ଚନ୍ଦ୍ରଲୋକେ ରାଷ୍ଟ୍ର ତ୍ରିରଙ୍ଗା

କରୁ ଅଛି ଗର୍ବିତ

ପ୍ରଭୁଙ୍କ କୃପାରୁ ହୋଇଛି

ରାମ ରାଜ୍ୟ ଏହୁତ ।


ଯୁବା ଓ ଯୁବତୀ ହୁଅନ୍ତି

ପରା ଆତ୍ମନିର୍ଭର

ଗୁଞ୍ଜୁଛି ବିଶ୍ବରେ ସୁନାମ

ଯହିଁ ରାମ ସଂସ୍କାର ।


ନଜର ପଡ଼ିଛି ରାମାଙ୍କ

ସବୁ ହୁଏ  ସମ୍ଭବ

ଆନନ୍ଦ ଉତ୍ସାହ ଜନଙ୍କ

ହୃଦେ କର୍ତ୍ତବ୍ୟ ଭାବ ।


ରାମ ନବମୀର ପୂଜନ

ବାଜୁ ଅଛି ମୃଦଙ୍ଗ

ଶଙ୍ଖ ହୁଳହୁଳି ପଡୁଛି

ଉଠେ ଭକ୍ତି ତରଙ୍ଗ ।


ପବିତ୍ର ଦିନ ଟି ଆଜିର

ସ୍ମୃତି ମର୍ତ୍ତ୍ୟ ଭୁବନେ

ରାମ ଜନ୍ମ ଦିନ ପାଳିତ

ବାଲ୍ୟରୂପ ଦର୍ଶନେ ।


କୀର୍ତ୍ତି ଓ ଗୌରବ ସମ୍ମାନ

ମିଳୁଥିବ ରାଷ୍ଟ୍ରର,

କରୁଣା କରିବେ ଶ୍ରୀରାମ

ଦେବେ ଭଲ ବିଚାର ।


ସୂର୍ଯ୍ୟ ତିଲକ ଗର୍ଭଗୃହେ

ପରା ରାମାଙ୍କ ଆଜି,

ଦୁନିଆ ଦେଖିବ ଏହାକୁ

ନବମୀ ଦିଏ ସାଜି ।


Rate this content
Log in

Similar oriya poem from Abstract