ସୂର୍ଯ୍ୟାଭିଷେକ
ସୂର୍ଯ୍ୟାଭିଷେକ
(ରାଗ:- ବଙ୍ଗଳାଶ୍ରୀ)
ସୂର୍ଯ୍ୟର ତିଳକ କପାଳେ ରାମାଙ୍କ
ପଡ଼ି ଥିଲା ଶୁଭ କ୍ଷଣେ
ଦୀପ୍ତିମାନ କଲା ସେହୁ ଦିବ୍ୟଜ୍ୟୋତି
ନର ଜୀବଜନ୍ତୁ ପ୍ରାଣେ !!
ରାମ ସୂର୍ଯ୍ୟ ବଂଶୀ ବଂଶ ଗୌରବର
କୀର୍ତ୍ତି ଗୁଞ୍ଜେ ଅନୁକ୍ଷଣ
ମର୍ଯ୍ୟାଦା ପୁରୁଷ ଅଟନ୍ତି ଶ୍ରୀରାମ
କପାଳେ ସୂର୍ଯ୍ୟ କୀରଣ !!
ତିଳକ ରବିର ଦିଶିଲା ସୁନ୍ଦର
ସୂର୍ଯ୍ୟାଭିଷେକ କାଳରେ,
ଧନ୍ୟ ହେଲେ ଦେଖି ମର୍ତ୍ତ୍ୟ ଜୀବ ଗଣ
ତ୍ରେତୟା ଯୁଗ ଦୃଶ୍ୟରେ !!
ବାଳକ ବିଗ୍ରହ ସୃଷ୍ଟିକର୍ତ୍ତାଙ୍କର
କପାଳେ ସୂର୍ଯ୍ୟ ତିଳକ
ଦୀପ୍ତିମାନ ହେଲା ପବିତ୍ର ଧରଣୀ
ଦେଲା ଟି କୀର୍ତ୍ତି ଆଲୋକ !!
ଦେଖି ଧନ୍ୟ ହେଲେ ମର୍ତ୍ତ୍ୟର ଜନତା
ଜୀବ ଜନ୍ତୁ ଧନ୍ୟ ହେଲେ,
ସୂର୍ଯ୍ୟାଭିଷେକ ଏ ଦିବ୍ୟ ନବମୀର
ଭକ୍ତ ନେତ୍ରେ ଦେଖୁ ଥିଲେ !!
ନାହିଁ ଶକ୍ତି କାର ବର୍ଣ୍ଣିବ ସେ ଦୃଶ୍ୟ
ରାମରାଜ୍ୟ ଅନୁଭୂତି,
ତ୍ରେତୟାର ପରି କାଳ କି ପଡ଼ିଛି
ପ୍ରଭୁଙ୍କ କରୁଣା ଜ୍ୟୋତି !!
କେତେ ଖୁସି ଆଜି ରାଷ୍ଟ୍ରର ଜନତା
ଅଭିଳାଷ ପୂର୍ଣ୍ଣ ହେଲା
ନୂଆନୂଆ କୀର୍ତ୍ତି ଲେଖିବ ଭାରତ
ଅମୃତ କାଳ ଆସିଲା !!
ମର୍ଯ୍ୟାଦାରେ ଥାଇ କର୍ମ ଧର୍ମ ପରା
ଶିକ୍ଷା ପ୍ରଭୁ ରାମଙ୍କର
ସୂର୍ଯ୍ୟଙ୍କ ପ୍ରକାଶ ପଡେ ସବୁ ସ୍ଥାନ
ସମଭାବ କର୍ତ୍ତବ୍ୟର !!
ସମୟର ଚକ୍ର ନାହିଁ ବରାବର
ଦୁଃଖ କଷ୍ଟ ଜୀବନର
ଧର୍ଯ୍ୟ ରଖି କର୍ମ ମନୁଷ୍ୟ କର୍ତ୍ତବ୍ୟ
ପାଳିବାର ଦରକାର !!
