ଆସିଛି ଶୁଭର ଦିନ !
ଆସିଛି ଶୁଭର ଦିନ !
ଯାଉଛି ଅନ୍ୟାୟ ହଟି
ଅମୃତ କାଳର ପବନ
ବହୁଛି
ଆସୁଛିରେ ନ୍ୟାୟ ଫୁଟି
ନୂଆ ଭାରତର କାହାଣୀ
ଲେଖୁଛି
ନୂଆ ନୂଆ ରାଷ୍ଟ୍ର କୀର୍ତ୍ତି
ନୂତନ ଉତ୍ସାହ ଜନଙ୍କ
ଦିଶୁଛି
ରାମରାଜ୍ୟ ପରି ପ୍ରୀତି !!
କରୁଣା ରାମଙ୍କ ପଡ଼ିଛି
ରାଷ୍ଟ୍ରରେ
ପ୍ରେମ ତ୍ୟାଗ ବଳିଦାନ
ହୁଏ ଅଙ୍କୁରିତ ଜନତା
ଅନ୍ତରେ
ଭକ୍ତି ସତ୍ୟ ଧର୍ମ ଜ୍ଞାନ
ଅମୃତର କାଳ ଦିଶୁଛି
ଭୂଇଁରେ
ତ୍ରେତୟା ଯୁଗର ଦିନ !!
ରାଷ୍ଟ୍ର ହୁଏ ନିର୍ବାଚନ
ଭୋଟ ଦେବ ଜନ ଦେଖିଣ
ନେତାଙ୍କୁ
ଯିଏ କରିବ ସମ୍ପନ୍ନ
ଶାସନ ନିସ୍ବାର୍ଥ ଯାହାର
ତାହାଙ୍କୁ
ଲୋକତନ୍ତ୍ର ସଂବିଧାନ
ସମର୍ଥନ ଦେବ ଜନତା
ପାର୍ଟିଙ୍କୁ
ଡିଜିଟାଲ ମତଦାନ !!