Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Abstract

3  

Ajit Kumar Raut

Abstract

ସୁଶାସନ ଦିବସ ପାଳିତ ରାଷ୍ଟ୍ରେ

ସୁଶାସନ ଦିବସ ପାଳିତ ରାଷ୍ଟ୍ରେ

1 min
201



ପଚିଶ ତାରିଖ ବଡ଼ ଦିନ ପୁଣି 

ଦିବସ ଏ ସୁଶାସନ 

ଜନ୍ମଜୟନ୍ତୀ ର ନାମ ସୁଶାସନ

ଅଟଳ ବିହାରୀ ଜନ୍ମ !!


ପୂର୍ବ ପ୍ରଧାନମନ୍ତ୍ରୀ ପବିତ୍ର ଭାରତ 

ଦିଏ ରାଷ୍ଟ୍ର ଶ୍ରଦ୍ଧାଞ୍ଜଳି 

ନାମ ସୁଶାସନ ନାମରେ ପାଳିତ 

ପଦେ ତାଙ୍କ ପୁଷ୍ପାଞ୍ଜଳି !!


ଭକ୍ତିପ୍ରୀତି ଶ୍ରଦ୍ଧା ଚରଣେ ତାଙ୍କର

ଅଟଳ ରାଷ୍ଟ୍ରର ଗର୍ବ 

ସ୍ମୃତି ରହିଥିବ ଚିରକାଳ ଭବେ

ଦେଶର ମହାନୁଭବ !!


କବି ରାଜନେତା ମହାନ ଶାସକ

କେବେ କି ଭୁଲିବ ଦେଶ

ଭାଜପା ଆଜିରେ ବଡ଼ପାର୍ଟି ବିଶ୍ବେ

ଗୁଞ୍ଜୁଛି ସୁନାମ ବିଶ୍ବ !!


ଅନ୍ତିମ ପଂକ୍ତିର ଉନ୍ନତିର ପାଇଁ

ଥିଲା ତାଙ୍କ ରାଜନୀତି

ହେବ ବିଶ୍ଵ ଗୁରୁ କିପରି ଭାରତ

ଅଛି ରାଷ୍ଟ୍ର ଭକ୍ତି କୀର୍ତ୍ତି !!


ସେବାଭାବପ୍ରୀତି ରାଷ୍ଟ୍ରଭକ୍ତିଜ୍ୟୋତି

ଜାଳି ଥିଲେ ଭାରତରେ

ନୀତି ସମଭାବ ସ୍ଥାପନ କରିଲେ

ଜନତାଙ୍କ ଉନ୍ନତିରେ !!


ପଚିଶ ତାରିଖ ବଡ଼ଦିନ ପରା

କ୍ରିସମସର ଯେ ଉତ୍ସବ

ସମ୍ପୂର୍ଣ ବିଶ୍ବରେ ଅବକାଶ ପୁଣି 

ଖ୍ରୀଷ୍ଟିଆନଙ୍କର ପର୍ବ !!


ଈସାମସୀହ ବା ଯୀଶୁ ଜନ୍ମଦିନ

ପାଳିତ ପରା ବିଶ୍ବରେ 

ଆନନ୍ଦ ଉଲ୍ଲାସେ ପାଳନ କରନ୍ତି 

ସମ୍ପୂର୍ଣ୍ଣ ବିଶ୍ବ ଆଜିରେ !!


ଶ୍ରଦ୍ଧାଞ୍ଜଳି ଆମ ଅଟଳ ଚରଣେ 

ସୁଶାସନ କୀର୍ତ୍ତି ଗୁଞ୍ଜେ

ଶୁଭକାମନା ଏ କ୍ରିସମସ ପର୍ବେ

ଜନ୍ମ ଯୀଶୁ ଖ୍ରୀଷ୍ଟ ରଞ୍ଜେ !!




Rate this content
Log in

Similar oriya poem from Abstract