Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kartik chandra panda

Abstract

3  

Kartik chandra panda

Abstract

ମୋ ଜନ୍ମ ଭୂମି

ମୋ ଜନ୍ମ ଭୂମି

1 min
127


     

ଜନନୀ ମୋ ଜନ୍ମଭୂମି ପବିତ୍ର ଭାରତ ଭୂମି

   ତୋହରି କୋଳରେ ଜନ୍ମି ହୋଇଛୁ ଧନ୍ୟ

ଉତ୍ତୁଙ୍ଗ ଶିଖର ବର ହିମାଳୟ ଗିରୀବର

   ଶୋଭଇ ତୋ ମସ୍ତକରେ ମେରୁ ମହାନ

      ତିନି ପାର୍ଶ୍ୱ ଜଳ ବେଷ୍ଟିତ 

    ଉପଦ୍ୱୀପ ମୋ ଭାରତ ଶୋଭା ବର୍ଦ୍ଧିତ |°|

 ଗଙ୍ଗା, ଯମୁନା କାବେରୀ ବ୍ରହ୍ମପୁତ୍ର ଗୋଦାବରୀ

   ନର୍ମଦା, ସିନ୍ଧୁ, ଭାର୍ଗବୀ, ନଦୀ ପ୍ରଖର 

ପବିତ୍ର ତଟିନୀ ଧାର ଗିରୀ ତନୟା ନିର୍ଝର 

   ଶ୍ୟାମଳୀମା ଭରପୁର ଭାରତ ମୋର 

     କିବା ଦେବି ଉପମା ତାର

  ଗିରୀ,ବନ,ନଦୀ,ଝର କେଡେ ସୁନ୍ଦର |°|

ତୋହରି କୋଳରେ ଜନ୍ମି କେତେ କେତେ ଋଷି ମୁନି

    କରିଲେ ଯୋଗ ସାଧନା ଭକ୍ତି ଚିତ୍ତରେ

ବାଲମିକ ବ୍ୟାସ ମୁନି ପରାଶର ଭୃଗୁ ମୁନି

   ଲେଖିଲେ ମହାନ ଗ୍ରନ୍ଥ ଆନନ୍ଦ ଭରେ

      କାଳିଦାସ ମହା ପଣ୍ଡିତ

  କରିଲେ ମୋ ଜନ୍ମ ଭୂମି କୋଳ ମଣ୍ଡିତ|°|

ମହାନ ସ୍ୱାଧୀନ ଚେତା ମୋ ଦେଶର କେତେ ନେତା

   ଗାନ୍ଧୀ, ନେହେରୁ, ପଟେଲ, ଶାସ୍ତ୍ରୀ, ସୁବାଷ

ଵୀରାଂଗନା ଲକ୍ଷ୍ମୀ ବାଇ ସରୋଜିନୀ, ଦୁର୍ଗା ବାଇ

  କମଳା, ସାବିତ୍ରୀ ବାଇ ବୀରା ମହିଷ

     ସ୍ୱାଧୀନତା ସଂଗ୍ରାମୀ ଗଣ

  ଦେଶର ସ୍ୱରାଜ ପାଇଁ କରିଲେ ରଣ |°|

କେତେ କେତେ ପୁଣ୍ୟ କ୍ଷେତ୍ର କାଶୀ, ପ୍ରୟାଗ, ଶ୍ରୀକ୍ଷେତ୍ର

    ଋଷିକେଶ, ହରିଦ୍ୱାର, ଗୋପ, ମଥୁରା

ତିରୁପତି, ବୃନ୍ଦାବନ ଆଦି କେତେ ତୀର୍ଥ ସ୍ଥାନ

   ଗୟା, ନଦିଆ, ଅଯୋଧ୍ୟା ଭାରତ ସାରା

      ପୃଥିବୀ ର ସ୍ୱର୍ଗ କାଶ୍ମୀର

  ଅପରୂପ ସୌନ୍ଦର୍ଯ୍ୟ ରେ ସେ ଭରପୁର |°|

ମହାନ କଳା ସଂସ୍କୃତି ପରମ୍ପରା ରୀତି ନୀତି

    ଐତିହ୍ୟ ସମ୍ପନ୍ନ ମୋର ଜନମ ଭୂଇଁ

ନାନା ଜାତି ନାନା ଧର୍ମ ଏକତ୍ର ସହାବସ୍ଥାନ

    ସର୍ବ ଧର୍ମ ସମନ୍ୱୟ ଭାରତ ଭୂଇଁ 

       ବିଶ୍ୱେ ଅଛି ଯାହାର ଖ୍ୟାତି

    ସେହି ମୋ ଜନମ ଭୂଇଁ ମୋ ପ୍ରୀୟ ଅତି |°|

ଆର୍ଯ୍ୟଭୁମି ପୁଣ୍ୟ ଭୂମି ମହାନ ଭାରତ ଭୂମି

    ଦ୍ୱିତୀୟ ବୃହତ ଦେଶ ସାରା ବିଶ୍ୱରେ

ଜନ ବହୁଳ ଭାରତ ଶ୍ରେଷ୍ଠତ୍ୱ କରି ମଣ୍ଡିତ

    ମଥାକୁ କରି ଉନ୍ନତ ବୀର ଦର୍ପରେ

        ନମଇଁ ମା ଭକତି ଭରେ

    ଜନମ ତୋ କୋଳେ ମୋର ପୁଣ୍ୟ ବଳରେ |


           


Rate this content
Log in

Similar oriya poem from Abstract