Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Abstract

5.0  

BISWESWAR MAJHI

Abstract

ପ୍ରଥମ ପ୍ରେମ

ପ୍ରଥମ ପ୍ରେମ

1 min
6.8K


ଆଜି କାଲି ପରି ଆଇ ଲଭ୍ ଇୟୁ କହିବା ସେ ଯୁଗେ ବିରଳ ଥିଲା ।

ଆଖିରେ କାହାର ଆଖି ମିଶିଗଲେ ବଡ କଥାଟିଏ ହେଲା ।

ବିଦ୍ୟାଳୟ ସାଥୀ ଶୈଶବର ମନ ନଥିଲା ମନରେ କିଛି

ସାଂଗ ହୋଇ ଯାଉ ସାଂଗ ହୋଇ ଆସୁ ଫୁଲ ହୋଇଯାଏ ବିଂଚି ।

ସାଂଗ ସାଥି ମିଶି ଯୋଡି ଦେଲେ ନାମ ନଆସୁ ଆଦ୍ୟ ଯୌବନ

ପ୍ରେମର ପ୍ରେମିକା ସେ ମୋର ଏକତରଫା ସେ ପ୍ରେମ ।

ଲୁଚି ଲୁଚି ତାକୁ ଦେଖିବାରେ କଟେ ଦିନର ଅଧିକ ଭାଗ

ତା ସୁନ୍ଦର ମୁହଁ ଆଚାର ବିଚାର କିଣିନିଏ ମନଯୋଗ ।

ନଇକୁ ଗାଧୋଇ ଗଲେ ସେ ବାଟରେ ବହିଖଣ୍ଡେ ଧରି ବସେ

କଣେଇ କଣେଇ ତାକୁ ଦେଖି ଦେଲେ ବଂଚିବାର ରାହା ଦିଶେ ।

ଭାଦ୍ରରେ ବାଲୁଙ୍କା ପୁଜେ ଚାରିପାଳି ଭୋଗ ଟିକେ ସିନା ଦିଏ

ମୁହଁକୁ ଉଠାଇ ଚାହଁ ହୁଏନାହିଁ କି ଲାଭ ସେଥିରେ ହୁଏ !

ବହି ମାଗିବାର ବାହାନାରେ ଯଦି ତା ଘରେ ହାବୁଡି ଗଲି

ବାପା ଭାଇ ତା'ର ବାରଣ୍ଡାରେ ବସି ଆଆନ୍ତି ମୁଁ ସରିଗଲି ।

କଲେଜ ପାଠରେ ହଷ୍ଟେଲ ରହଣୀ ପ୍ରେମରେ ପଡିଲା ଭଟା

ଗାଁ ଝିଅ ସିଏ କଲେଜ ଯିବନି ନିୟମ ସାଜିଲା କଣ୍ଟା ।

ଥିଲା ମୋ ଆଦର୍ଶ ଝିଅଟିଏ ସିଏ ଦେବୀ ରୂପରେ ଗୁଣରେ

ସ୍କୁଲ ସାଥୀ ଏଇ ପରିଚୟ ନେଇ ଆଜି ଯିଏ ଯା ସଂସାରେ ।

ପ୍ରଥମ ପ୍ରେମର ସ୍ମୃତି ଆଜି ଯେବେ ମନକୁ ଆବୋରି ବସେ

ଇଚ୍ଛା ମୋ ହୁଏ ଫେରି ଆସନ୍ତା ନି ପିଲା ଦିନ କାଳ ବସେ ।

ଆଇ ଲଭ୍ ୟୁ କହି ମନ ସାଧ ମୋର ପୁରଣ କରନ୍ତି ଥରେ

ମୁହଁ ଖୋଲିଦେଲେ ପ୍ରିୟା କି ମୋହର ବାରଣ କରନ୍ତା ମୋରେ !!


-ବିଶ୍ଵେଶ୍ୱର ମାଝୀ-

majhibisweswar@gmail.com

9437697161


Rate this content
Log in

Similar oriya poem from Abstract