ଶିବ ଶଙ୍କର
ଶିବ ଶଙ୍କର
"ଜାଳି ଜାଗର
ଭକ୍ତିରେ ପୂଜିବା ଶିବ ଶଙ୍କର
ଦେବ ଦେବ ମହାଦେବ
ଭୋଳାଶଙ୍କର........
ଜାଳିବି ଜାଗର ପ୍ରଭୁ
ରହି ଉଜାଗର.......
ଜାଳି ଜାଗର.......
ଭକ୍ତିରେ ପୂଜିବା...... ଶିବ ଶଙ୍କର.
କୈଳାଶ ନାଥ ହେ.... ଡମ୍ବରୁଧର...........
ନାଗେଶ୍ୱର ନୀଳକଣ୍ଠ ଶଙ୍କରେଶ୍ୱର.....
ଆଖଣ୍ଡଳମଣି ବାବା ତ୍ରୈଲୋକ୍ୟନାଥ
ସୋମନାଥ ବିଶ୍ଵନାଥ ଓଁକାରେଶ୍ଵର......
ନାମ ସିନା ଭିନ୍ନ ଭିନ୍ନ.... ହେ ମହେଶ୍ୱର....
ଜାଳିବି ଜାଗର ପ୍ରଭୁ...... ରହି ଉଜାଗର....
ଜାଳି ଜାଗର.........
ଭକ୍ତିରେ ପୂଜିବା..... ଶିବ ଶଙ୍କର...
ଶ୍ରୀକ୍ଷେତ୍ର ରେ ବିରାଜିତ ଶ୍ରୀ ଲୋକନାଥ
ଜାଗର ଜାଳିବା ପାଇଁ ହୁଅନ୍ତି ଏକତ୍ର.....
ପଞ୍ଚକୋଶୀ ରୁ ଆସନ୍ତି ଭକତ ଯେ ଧାଇଁ...
ପଙ୍କୋଦ୍ଧାର ଏକାଦଶୀ ପାଳନ୍ତି ଗୋସାଇଁ
ନିର୍ଜଳା ଉପବାସରେ ଜାଗର ଦିନଟି...
ପାଳନ କରନ୍ତି ସର୍ବେ...... ଭକତି ପ୍ରଣତି...
.
ଦୀପ ଜାଳି ଉଜାଗର ରାତି କଟାଇ....
ଫେରିଥାନ୍ତି ଯେଝା ଘର....... ଆନନ୍ଦ ହୋଇ...
ଜାଳି ଜାଗର.....
ଭକ୍ତିରେ ପୂଜିବା......ଶିବ ଶଙ୍କର.....
ରହଣି ଭୋଗରେ ଶ୍ରଦ୍ଧା ସବୁରି ଥାଏ
ଫେଣି ବଲ୍ଲଭ କୁରୁମା ମୁଠି ଗଜାରେ...
ମହ ମହ ବାସୁଥାଏ ସେ ଭୋଗ ହାଣ୍ଡି......
ଜାଗର ଭୋଗ ବୋଲି...... ସଭିଏଁ କହନ୍ତି.......
ହରି ହର ଭେଟ ହୁଏ ପ୍ରଥା ରହିଛି
ବଡଦୀପ ଉଠିଲେ..... ଯେ କଥା ଟି ଅଛି
ଉପବାସ ରହିଥିବେ ଯେଉଁ ଭକତ.......
ପ୍ରସାଦ ପାଇବେ ଯଥା ଵିଧି ସଂଗତ.......
ଜାଳି ଜାଗର.....
ଭକ୍ତିରେ ପୂଜିବା.... ଶିବ ଶଙ୍କର.......
ଭାରତ ବର୍ଷ ର ଭିନ୍ନ ଭିନ୍ନ ଯାଗାରେ
ପୂଜା ପାଉଛନ୍ତି ଭୋଳା ଶଙ୍କର ବାରେ...
ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ଦର୍ଶନ କରି......
ଭକ୍ତିଭାବ ହୃଦେ ବହି..... ହେବାଟି ତରି.....
ଦେବ ଦେବ ମହାଦେବ... କଲ୍ୟାଣ କର....
ଜାଳିବୁ ଜାଗର ନିତି ହୃଦ ମନ୍ଦିର
ଜାଳି ଜାଗର...........
ଭକ୍ତିରେ ପୂଜିବା ଶିବ ଶଙ୍କର........