Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Abstract

3  

Chittaranjan Nanda

Abstract

ସର୍ବଦା ସେହି ଜନ ରୁହେ ଅଜ୍ଞାନେ

ସର୍ବଦା ସେହି ଜନ ରୁହେ ଅଜ୍ଞାନେ

1 min
195



ଆଜି ହୁଏ ଯାହା ଅତୀତ, 

ଆଉ ନ ଫେରିବ 

ଆଜି କିଛି ଅଛି ଅଭାବ, 

କାଲି ପରା ନଥିବ ।


ନୂତନତାର କିରଣ ଜଗତେ 

ଦିନେ ଆସିବ 

ଆଜିର ମଧୁମୟ ର ସମୟ 

କାଲି ନଥିବ।


ଭଵିଷ୍ୟତ ପାଇଁ ଆଜିକୁ 

କିଆଁ ନଷ୍ଟ କରିବ

ନିଶ୍ଚିତ ଉପଯୁକ୍ତ ଲୋକଙ୍କୁ 

ସମୟ ପ୍ରତିଷ୍ଠିତ କରିବ ।


କିଛି ଲୋକ ଜାଗା ଦେଖି 

ରଂଗ ବଦଳାନ୍ତି

ଭାବନ୍ତି ମନେ ମନେ ତାହା 

କେହି ନଜାଣନ୍ତି ।


ବିନା ଅନୁକରଣରେ ବିଦ୍ୟା 

ଶିଖିଛିକି କେହି

ମା ପେଟରୁ କେହି ଶିକ୍ଷା ଲାଭ 

କରି ନାହିଁ ।


ବିଦ୍ୟା, ମଣିଷର ମନେ କେବେ 

ଗର୍ବ ଆଣେ ନାହିଁ

ସର୍ବଦା ସେହି ଜନ ରୁହେ ଅଜ୍ଞାନେ ଏ

ସାର କଥାଟି ଯାର ନାହିଁ ।


କିଛି ଲୋକ ଭାବନ୍ତି ସେମାନେ ଏକା 

ବୁଦ୍ଧିଆ ଏଇ ଦୁନିଆରେ 

ଦ୍ରୋଣ, ଏକଲବ୍ୟର ଶିକ୍ଷାକୁ ନଷ୍ଟ କଲେ 

ଏହି ତତ୍ତ୍ଵକୁ ରଖି ମନରେ।


Rate this content
Log in

Similar oriya poem from Abstract