STORYMIRROR

Subrat Malik

Abstract Others

3  

Subrat Malik

Abstract Others

ଶୀତୁଆ ସନ୍ଧ୍ୟା

ଶୀତୁଆ ସନ୍ଧ୍ୟା

1 min
177

ପଶ୍ଚିମ ଦିଗଟି ନାରଙ୍ଗୀ ଦିଶଇ

ଦିନମଣୀ ହୁଏ ଅସ୍ତ,

ଶୀତର ଲହଡ଼ି ଧୀରେ ଧୀରେ ମାଡ଼େ

ପ୍ରାଣୀଗଣ ବ୍ୟତିବ୍ୟସ୍ତ,

ଶୀତ ବସ୍ତ୍ର ଖୋଜି ଦେହେ ଘୋଡ଼ିବାକୁ

ଅନେକ ହୁଅନ୍ତ ସଜ,

ବୁଢାବୁଢ଼ୀ ଯେତେ ନିଆଁ ପୁଉଥାନ୍ତି

ସକାଳର ପରି ସଞ୍ଜ,,,

ବିଭୁଙ୍କୁ ସୁମରି କୁନା ମୁନା ବେଗେ

ପଢିଣ ବସନ୍ତି ପାଠ,

କିଏ କରୁଥାଏ ମିଶାଣ ଫେଡାଣ

କିଏ ଗଣେ ସାତ ଆଠ ।।

ଧାନ ବୋହି ବୋହି ଥକା ଚାଷୀ ଭାଈ

ଖଳାରେ ବାଆଙ୍ଗି ରଖେ,

ଉଷୁମ ଉଷୁମ ସୋରିଷ ତେଲକୁ 

ସାରା ଶରୀରରେ ମାଖେ ।।

ପଶୁପକ୍ଷୀ ସବୁ ସଅଳ ସଅଳ 

ନିଜର ବସାକୁ ଫେରେ,

ଦୂର ତାଳ ବଣୁ ଝୁଲି ଝୁଲି ରାତି 

ଆସଇ ଅନ୍ଧାର ମେଳେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract