କଟୁ ବଚନ
କଟୁ ବଚନ
ଯେବେ କ୍ରୋଧ ଆସେ ମଣିଷ କହି ଯାଏ ଅନେକ
ସେହି ସମୟରେ ସେ ହରାଇ ଦିଏ ତାର ବୁଦ୍ଧି ଆଉ ବିବେକ
କ୍ରୋଧରେ ଆସେ କେତେ କଟୁ ବଚନ
କଟୁ ବଚନରେ ଅପ୍ରିୟ ହୋଇ ଥାଆନ୍ତି ସର୍ବ ଜନ
କଟୁ ବଚନ ଶୁଣି ସଭିଏଁ ଘୃଣା କରନ୍ତି
ନିଜ ଲୋକ ବି ସବୁ ସମ୍ପର୍କକୁ ଭୁଲି ଯାଆନ୍ତି
କଟୁ ବଚନ ହୃଦୟକୁ ଭାରି କଷ୍ଟ ଦିଏ
ରୋଗୀ କରିଦିଏ କ୍ରୋଧକୁ ମନେ ଜାଗ୍ରତ କରାଏ
ଖଳ ପ୍ରକୃତିର ମଣିଷ କଟୁ ବଚନ କହି କଷ୍ଟ ଦିଅନ୍ତି
ସରଳ ଲୋକ ଦେଖି ବେଶୀ କଷ୍ଟ କଥା କୁହନ୍ତି
କଟୁ ବଚନ ଶୁଣି କେତେ କଷ୍ଟ ହୁଏ
ଅନୁଭବି ଲୋକ ହିଁ ସେ କଥା ଜାଣି ଥାଏ
କଟୁ ବଚନ କହିଲେ ସବୁ ସମ୍ପର୍କ ତୁଟି ଯିବ
ଦୁନିଆରେ କାହାର ପ୍ରିୟ ହୋଇ ନ ପାରିବ
ଖଳ ବ୍ୟକ୍ତିକୁ କଟୁ ବଚନ କହିବାକୁ ଭଲ ଲାଗେ
ଜାଣେ ନାହିଁ ସେ ଅନ୍ୟ ଲୋକଟି କେତେ ଦୁଃଖ ଭୋଗେ
କଟୁ ବଚନ କେବେ କାହା ଆଖିରୁ ଲୁହ ଝରାଏ
କଟୁ ବଚନ ଯୋଗୁ ଅଶାନ୍ତି ଭାବ ମନେ ରହିଯାଏ
ଈଶ୍ୱର ସଭିଙ୍କ ହୃଦୟରେ ଥାଆନ୍ତି
କଟୁ ବଚନ କହିବା ଲୋକକୁ କେହି ଭଲ ନ ପାଆନ୍ତି
ସଭିଙ୍କୁ ମୋର ଏହି ନିବେଦନ କରୁଛି
କଟୁ ବଚନ କେହି କୁହ ନାହିଁ ଅଳି କରୁଛି।