STORYMIRROR

Suresh chandra Padhy

Abstract Inspirational

3  

Suresh chandra Padhy

Abstract Inspirational

କଟୁ ବଚନ

କଟୁ ବଚନ

1 min
156

ଯେବେ କ୍ରୋଧ ଆସେ ମଣିଷ କହି ଯାଏ ଅନେକ

ସେହି ସମୟରେ ସେ ହରାଇ ଦିଏ ତାର ବୁଦ୍ଧି ଆଉ ବିବେକ

କ୍ରୋଧରେ ଆସେ କେତେ କଟୁ ବଚନ

କଟୁ ବଚନରେ ଅପ୍ରିୟ ହୋଇ ଥାଆନ୍ତି ସର୍ବ ଜନ

କଟୁ ବଚନ ଶୁଣି ସଭିଏଁ ଘୃଣା କରନ୍ତି

ନିଜ ଲୋକ ବି ସବୁ ସମ୍ପର୍କକୁ ଭୁଲି ଯାଆନ୍ତି

କଟୁ ବଚନ ହୃଦୟକୁ ଭାରି କଷ୍ଟ ଦିଏ

ରୋଗୀ କରିଦିଏ କ୍ରୋଧକୁ ମନେ ଜାଗ୍ରତ କରାଏ

ଖଳ ପ୍ରକୃତିର ମଣିଷ କଟୁ ବଚନ କହି କଷ୍ଟ ଦିଅନ୍ତି

ସରଳ ଲୋକ ଦେଖି ବେଶୀ କଷ୍ଟ କଥା କୁହନ୍ତି

କଟୁ ବଚନ ଶୁଣି କେତେ କଷ୍ଟ ହୁଏ

ଅନୁଭବି ଲୋକ ହିଁ ସେ କଥା ଜାଣି ଥାଏ

କଟୁ ବଚନ କହିଲେ ସବୁ ସମ୍ପର୍କ ତୁଟି ଯିବ

ଦୁନିଆରେ କାହାର ପ୍ରିୟ ହୋଇ ନ ପାରିବ

ଖଳ ବ୍ୟକ୍ତିକୁ କଟୁ ବଚନ କହିବାକୁ ଭଲ ଲାଗେ

ଜାଣେ ନାହିଁ ସେ ଅନ୍ୟ ଲୋକଟି କେତେ ଦୁଃଖ ଭୋଗେ

କଟୁ ବଚନ କେବେ କାହା ଆଖିରୁ ଲୁହ ଝରାଏ

କଟୁ ବଚନ ଯୋଗୁ ଅଶାନ୍ତି ଭାବ ମନେ ରହିଯାଏ

ଈଶ୍ୱର ସଭିଙ୍କ ହୃଦୟରେ ଥାଆନ୍ତି

କଟୁ ବଚନ କହିବା ଲୋକକୁ କେହି ଭଲ ନ ପାଆନ୍ତି

ସଭିଙ୍କୁ ମୋର ଏହି ନିବେଦନ କରୁଛି

କଟୁ ବଚନ କେହି କୁହ ନାହିଁ ଅଳି କରୁଛି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract