STORYMIRROR

Babasekhar Behera

Abstract Others

3  

Babasekhar Behera

Abstract Others

ତୋ ପାଇଁ

ତୋ ପାଇଁ

1 min
192

ପାଗଳ ମୁଁ ଆଜି ତୋ ପାଇଁ ହେଲି

ଦିନରାତି କଥା ସବୁ ମୁଁ ଭୁଲିଲି,

ପଛେ ପଛେ ତୋର ଏମିତି ବୁଲିଲି

ନିଜକୁ ମୁଁ ଆଜି ନିଜେ ପାସୋରିଲି ।


ଯେ ଦେଖିଲା ମତେ ସିଏ ଗାଳିକଲା

ମୋ ବୁଢୀମା' କହେ କେ ତତେ ପେଷିଲା,

କେଡେ ସୁନ୍ଦରିଆ ଥିଲୁ ତୁ ନାତିଆ

ଏତେ ହୀନିମାନ କିଏ ତତେ କଲା ।


ମୋ ବୋଉ ପୁଣି ପଛେ କାଇଁ ରହେ

ଆଉ କିଛି ଗାଳି ସିଏ ଯୋଡି ଦିଏ ,

ଯୋଗଣିଖିଆ ଠୁ ବାଡ଼ିପୋଡା ଯାଏଁ

ଯେତେ ଯାହା ଅଛି ସବୁ ଝାଡ଼ି ଦିଏ ।


କାନରେ ଯନ୍ତର ଲଗେଇକି ଥାଉ

କାହା ସାଥେ ଏତେ ଗୁଣୁ ଗୁଣୁ ହୋଉ ,

ରାତି ଅଧିଆଟା ଶୋଇବା ସମୟେ

ଛାତ ଉପରକୁ କାହିଁ ପାଇଁ ଯାଉ ।


ସାଙ୍ଗ ମୋ କୁହନ୍ତି ହେଲୁ ସ୍ୱାର୍ଥପର

ସବୁ ବଦଳିଲା ରଙ୍ଗଢଙ୍ଗ ତୋର,

ଆଗରୁ ନଦେଖି ନରହୁ ତୁ କ୍ଷଣେ

ଏବେ ଆମେ ହେଲୁ ସବୁ ସାତପର ।


ତୋ ପାଇଁ କାହିଁ କେତେ କିଳା ନେଲୁ

ବାପା-ମା'ଙ୍କ ଠୁ ବାଡିଆ ଖାଇଲୁ,

ଆଜି ଶଳା ଯେବେ ମାଣ୍ଡୁଟେ ପାଇଲୁ

ଆମ ଜଳାଞ୍ଜଳି ସବୁ ତୁ ଭୁଲିଲୁ ।


ଆଉ କି କହିବି କହଲୋ ତୁ ମତେ

କି ଉତ୍ତର ମୁଁ ଦେବି ତାଙ୍କୁ,

କାହିଁକି ପାଗଳ ହେଇଛି ମୁଁ ଆଜି

କି ବୁଝେଇବି ଏମାନଙ୍କୁ ।


ତତେ ବୁଝେଇଲେ କୁଁ କୁଁ ହୋଉ

ତାଙ୍କୁ ବୁଝେଇଲେ ହେବେ ରାଗ,

ମତେ କହ ଏବେ କଣ କରିବି

କାହାକୁ ଦେଖିବି ଆଗ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Babasekhar Behera

Similar oriya poem from Abstract