ନୂଆ ବର୍ଷର ଅନୁଭୂତି
ନୂଆ ବର୍ଷର ଅନୁଭୂତି
ନୂଆ ବର୍ଷ ଆସେ ଆସିଛି
ଆସୁଥିବ ସବୁ ବର୍ଷ
କିଛି ନୂଆ ନୂଆ
ଅନୁଭୂତିକୁ ସାଥିରେ ଧରି
ଏ ବର୍ଷର ଅନୁଭୂତି
ଗତ ବର୍ଷରେ ନ ଥିଲା
କି ଆସନ୍ତା ବର୍ଷକୁ ନ ଥିବ
ସବୁ ଅନୁଭୂତି ନିଆରା
କରୋନା ଓ଼ମିକ୍ରନର
ଆଶା ଆଶଙ୍କା ଭିତରେ
ଆସିଲା ନୂଆ ବର୍ଷ
ସାଙ୍ଗ ସାଥୀ ବନ୍ଧୁ ପ୍ରୀତି
ନାଚ ଗୀତ ପାର୍ଟି ଭୋଜି
ସବୁ ହେଲା ଖାପଛଡା
ସମସ୍ତେ ରହିଲେ ଦୂରେ
ସାମାଜିକ ଦୂରତା ମାସ୍କ
ହେଲା ଅତି ଆପଣାର
ଅନୁଭୂତିକୁ ସାଥିରେ ନେଇ
ଚାଲିଗଲା ନୂଆବର୍ଷ
ଆର ବର୍ଷ ପାଇଁ ତାହା
ସ୍ମୃତି ହୋଇ ରହି ଯାଇଥିବ ।