Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mamatamanjari Das

Abstract

3  

Mamatamanjari Das

Abstract

ଜୀବନ ଲାଗିବ ମଧୁର

ଜୀବନ ଲାଗିବ ମଧୁର

1 min
180



ସମ୍ପର୍କ ନୁହଁଇ କାଚ ଘରଟିଏ

ବାଜିଗଲେ ଭାଙ୍ଗି ଯିବ

ସମ୍ପର୍କ ଅଟଇ ମଧୁର ଝରଟେ

ସଦା ପ୍ରବାହିତ ଥିବ ।


ସ୍ନେହର ପରଶେ ଯେତେ ଲିପୁଥିବ

ସେତେ ସେ ଝଲସୁ ଥିବ

ଖାଲି ପେଟରେ ବି ସେ ପରସ ପାଇଲେ

ଅମୃତ ପରି ଲାଗିବ ।


ସମ୍ପର୍କ ନୁହଁଇ ରକ୍ତର ପ୍ରବାହ

ଥାଏ ସେତ ସବୁଠାରେ

ସ୍ନେହର ପରଶେ ଅପରିଚିତ ବି

ହୋଇଥାଏ ଆପଣାର ।


ଦେବାରେ ନଥାଏ ସମ୍ପର୍କର ଖିଅ

ଥାଏ ସିଏ ହୃଦୟରେ

ମିଠାକଥା ପଦେ ସମ୍ପର୍କ କୁ ଯୋଡେ

ଭାବ କେତେ ସୃଷ୍ଟି କରେ ।


ଚାଲିବାର ପଥ ଲାଗଇ ବନ୍ଧୁର

ଆପଣା କରିଲେ ପର

ପର କିଏ ଯଦି ଦିଏ ଭାବ ହୃଦୟରୁ

ଲାଗଇ ସମ୍ପର୍କ ଡୋର।


ଏହି ସଂସାରରେ କିଏ ବା କାହାର

ଏ ଅଟେ ସ୍ୱାର୍ଥ ଦୂଆର

ହେଲେ ସେ ସ୍ୱାର୍ଥ କୁ ତେଜି ଯୋଡିଲେ ସମ୍ପର୍କ

ଜୀବନ ଲାଗିବ ମଧୁର ।



Rate this content
Log in

Similar oriya poem from Abstract