STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

କୁହୁଡ଼ି

କୁହୁଡ଼ି

1 min
233

ତୁମେ ମୋ ଶବ୍ଦର ଘନ କୁହୁଡ଼ିରେ

ଛନ୍ଦି ହୋଇ ଯାଅ ବୋଲି କୁହ

ତା ଭିତରେ ପଥ ହାରି

ବାଟ ଭୁଲିଯାଅ ବୋଲି କୁହ

ତୁମେ କି ଜାଣନା 

କୁହୁଡ଼ି ଆସେନା କେବେ ଅକାଳେ ଅବେଳେ

ସୂର୍ଯ୍ୟୋଦୟର ଠିକ ଆଗରୁ

ପ୍ରଭାତୀ ଆଗମନୀ ଗାଇ ରାତ୍ରି ଶେଷାନ୍ତରେ !


ଭାବନାର ବ୍ରାହ୍ମ ମୁହୂର୍ତ୍ତରେ

ଘୁମନ୍ତ ପଲକ ମେଲି ଦେଖ ଥରେ

ଅଚଞ୍ଚଳ ହୃଦ ଝରକାରେ

ବାକି ଥିବା ବିରୋଧାଭାସକୁ

ଫିଙ୍ଗିଦେଇ ରାତିର କୃଷ୍ଣଗର୍ତ୍ତରେ

ପଢ଼ ମୋ କବିତା ଥରେ

ପାହାନ୍ତି ଆଲୁଅର ଝାପ୍ସା ଅଗଣାରେ। 


କୁହୁଡ଼ି ସାଜେନା କେବେ 

ଯାତ୍ରାପଥେ ସ୍ଥାୟୀ ସୀମାରେଖା

ପାଦ ବଢ଼ାଇବା ପରେ

ସଂସାରରେ ଆସେ ଶତ ସହସ୍ର ପରୀକ୍ଷା

ଭୟକଲେ ଅନ୍ଧାରକୁ

ସ୍ୱପ୍ନ କେବେ ଦିଏନାହିଁ ଦେଖା

ସ୍ୱପ୍ନ ବିନା ଅର୍ଥହୀନ

ଜୀଇଁବାର ଆଶା ଓ ଆକାଂକ୍ଷା। 


ବିରୋଧାଭାସକୁ ତୁମ

ଭାବିନିଏ ଅନାୟାସେ ମୋ ସମାଲୋଚନା

ଆତ୍ମ ବିଶ୍ଳେଷଣ କରେ

ପ୍ରତିଥର ତନ୍ନ ତନ୍ନ କରି 

ମୋ ପରିଧି ଭିତରର ସମସ୍ତ ଯୋଜନା

ହସି ହସି ପ୍ରତି କଟୁକ୍ତିକୁ ତୁମ

ନିରବେ ଆଦରି ନିଏ ନକରି ବାହାନା

ଆସ ଥରେ ଧୂଆଁକୁ ନ ଡରି

ଜଳି ଦେଖ ଜଳିବାର ଉଷ୍ମ ଅନୁଭବ

ଏଇ ଜଳିବା ଜାଳିବା ହିଁ ତ

ଜୀବନର ଅସଲ ଉନ୍ମାଦନା। 


ତୁମ ବିନା ମୁଁ କିପରି ଚିହ୍ନନ୍ତି ମୋ

କଳା ରୂପଟିକୁ

ଯିଏ ଲୁଚି ଲୁଚି ମୋ ଭିତରେ

ମୋ ମୁହଁରେ କଳା ବୋଳି ଯାଏ !

ତୁମ ପାଇଁ ବେଳେବେଳେ

ମୋ ଭିତରେ ବହୁବାର ମୁଁ ନିଜେ ହଜିଯାଏ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract