STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ଈଶ୍ୱର

ଈଶ୍ୱର

1 min
165

ତୁମେ ବି ଜନ୍ମ ନେଇଥିଲ

ମେଷଶାଳାର ପାଳଶଯ୍ୟାରେ

ଏକ ସାଧାରଣ ମଣିଷଟେ ପରି,

ତୁମକୁ ବି ଲୁଚିବାକୁ ପଡ଼ିଥିଲା ଭୟଭୀତ ହୋଇ

ରାଜାଙ୍କ ନିର୍ଦ୍ଦେଶରେ ହତ୍ୟା କବଳରୁ

ଏକ ସଙ୍ଘର୍ଷରତ ଅସହାୟ ପରି,

କେବେ ବିଦ୍ରୋହୀଙ୍କ ଢେଲାମାଡ଼ରେ

କ୍ଷତାକ୍ତ ହେବାକୁ ପଡ଼ିଛି

ନିରୁପାୟ ଦରିଦ୍ରଟେ ପରି,

ଶେଷରେ ତୁମେ ବି ନିହତ ହେଲ

ପାପୀଙ୍କର ଅତ୍ୟାଚାରରେ କ୍ରୁଶବିଦ୍ଧ ହୋଇ

ସତ୍ୟ ଓ ସରଳତାର ମନ୍ତ୍ରକୁ ବିତରି। 


ଈଶ୍ୱରଙ୍କ ପୁତ୍ର ବୋଲି କହି ଆସିଥିଲ ସିନା

କିନ୍ତୁ ତୁମେ ଥିଲ ସାକ୍ଷାତ ଈଶ୍ୱର

ଶିଖାଇ ଗଲ ବିଶ୍ୱକୁ ନିଜ ଜୀବନୀରୁ

ଈଶ୍ୱର ହିଁ ମଣିଷ ହୋଇ ଆସନ୍ତି

ଦୁଃଖ କ୍ଳେଶ ଓ ଯନ୍ତ୍ରଣାକୁ

ଭୋଗ କରନ୍ତି ନିରୁଦବିଗ୍ନ ସ୍ଥିର ଚିତ୍ତ ହୋଇ

ଓ ଈଶ୍ୱର ହୋଇ ହିଁ ଫେରିବାକୁ କ୍ଷମ

କିନ୍ତୁ ନିଜ ଆଚାର ବିଚାର ଓ କର୍ମର ଚୟନ

ନିର୍ଦ୍ଧାରଣ କରେ ତାର ଭବିଷ୍ୟକୁ

ସେ ଈଶ୍ୱର ହେବ କିମ୍ବା ଅସୁର। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract