STORYMIRROR

SUJATA MISHRA

Abstract

3  

SUJATA MISHRA

Abstract

କୋମଳ ଭାବନା

କୋମଳ ଭାବନା

1 min
169

କାକରର ଢୋକ ଗିଳେ

କୁହୁଡ଼ିର ଆଲିଙ୍ଗନ ଲୋଡ଼େ

ମଧୁରତାର ବାଲି ଘର ତୋଳେ

କୋମଳ ପାଖୁଡ଼ା ତାର

ମହୁମାଛି ପାଇଁ

ମୁକ୍ତାର ଦରଜା ଖୋଲେ

ସକାଳର ରେଶମୀ ଖରାରେ

ଦୋଳି ଝୁଲେ

ପ୍ରୀତିର ରଙ୍ଗରେ ଚିଠି ଲେଖେ

ଗୋଲାପୀ ଅକ୍ଷରେ

ଦି ଦିନିଆ ଜୀବନର ମୂଲ୍ୟ ବୁଝେ

ଦୁଇ ଟୋପା ଯୌବନର

ଚିତ୍ରାୟିତ ରୂପ ଆଙ୍କେ

ସମୟର କାନ୍ଭାସ୍ ଉପରେ

ଫୁଟୁ ଥାଏ ଝରିବାକୁ

ହସୁଥାଏ ଝୁରିବାକୁ

ସବୁଜିମାର ବିସ୍ତୃତି ଭିତରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract