STORYMIRROR

MADHU MITA

Abstract Inspirational Others

3  

MADHU MITA

Abstract Inspirational Others

ଓମିକ୍ରନ

ଓମିକ୍ରନ

1 min
207


କିଏ ଜାଣେନା ସେ କାହା ଦାୟାଦ

କାହା ଦୁର୍ଦ୍ଦିନର ଆଣେ ସମ୍ବାଦ

ବ୍ୟାପିଯାଏ ଅତି କ୍ଷୀପ୍ର ଗତିରେ

ତା କବଳୁ ବା କେ ବଞ୍ଚିପାରେ।


କରୋନାର ରୂପ ନୂଆ ଏଇଟି

ତା ଠୁଁ ବେଶୀ ମାଡ଼ି ଯାଏଟି

ଗଳାରେ ହୁଅଇ ତୀବ୍ର ଦରଜ

ଦିନଠୁ ଯନ୍ତ୍ରଣା ଦିଅଇ ସଞ୍ଜ ।


ଜର ଥଣ୍ଡା ସର୍ଦ୍ଦି ବ୍ୟଥା ସହିତେ

ଦେଖାଯାଏ ବିନା ଲକ୍ଷଣେ କେତେ

ତିନିଦିନ ପରେ ଜର ନହେଲେ

ଚାରିଦିନ ପରେ ଘରୁ ବାହାରେ ଭଲେ ।


ସାମାନ୍ୟ ଫ୍ଲୁ ପରି ତୁ ରହିବୁ

ଆଉ କୁଆଡେ କାହିଁକି ଯିବୁ

ଆମ ଦେହ ସବୁ ତୋତେ ସହିବ

ଔଷଧ ଶକ୍ତିରେ କାବୁ କରିବ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract