STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ଇନ୍ଦ୍ରଧନୁ

ଇନ୍ଦ୍ରଧନୁ

1 min
148

ରହସ୍ୟର ଧୂମ୍ର କୁହୁଡ଼ି ଅନ୍ଧାରେ ତୁମେ କଳ୍ପନାର ନବ ସ୍ୱପ୍ନ

ଶୁଦ୍ଧ ସୃଜନୀର ବାଇଗଣୀ ରଙ୍ଗେ ଭରା ତୁମେ ହେ ଜୀବନ।


ବଞ୍ଚିବାର ଏକ ଆଦର୍ଶକୁ ନେଇ ତୁମେ ଅଖଣ୍ଡ ଶ୍ବାସରେ ପୁର୍ଣ

ଆନ୍ତରିକତାର ସୁଗନ୍ଧ ପ୍ରତୀକ ତୁମେ ଗାଢ଼ ରଙ୍ଗ ନୀଳ ଘନ। 


ନୀଳ ଆକାଶର ବିଶ୍ୱାସରେ ଘେରା ତୁମେ ଶାନ୍ତ ସ୍ଥିର ଅଚଞ୍ଚଳ

ଶାନ୍ତିର ହିମ ପର୍ବତ ଶିଖରେ ତୁମେ ଆକାଂକ୍ଷିତ ନିଳୋତ୍ପଳ। 


ସବୁଜ ବସନ୍ତେ ନବ ସମ୍ଭାବନା ତୁମେ ପରିବର୍ତ୍ତନର ସ୍ୱର

ସନ୍ତୁଳିତ କରି ଚିତ୍ତ ଚେତନାକୁ ତୁମେ ଧୀରେ ସମନ୍ୱୟ କର। 


ତୁମେ ହଳଦୀ ରଙ୍ଗର ଉଲ୍ଲସିତ ପ୍ରାଣ ଆଶାର ମୟୁଖମାଳୀ

ପ୍ରେରଣାରେ ଭରା ଆନନ୍ଦର ଧାରା ଶତ ଶୋକ ଦିଅ ଜାଳି।


ସଦା ଉତ୍ସାହର ଗୋଧୂଳି ପରଶେ ତୁମେ ସାହସର ଅପରାହ୍ନ

ଉଷ୍ମ ଖୁସି ଭରା ଜୀବନ ଶୈଳୀରେ ତୁମେ କମଳା ରଙ୍ଗରେ ପୁର୍ଣ।


ତୁମେ ଲୋହିତ ପ୍ରେମର ଭାବପ୍ରବଣତା ସଶକ୍ତିର ପରିଚୟ

ହେ ଜୀବନ ତୁମେ ରଙ୍ଗଭରା ଏକ ଇନ୍ଦ୍ରଧନୁ ବାୟବିୟ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract