କିଏ ବୁଝେ ଏଠି
କିଏ ବୁଝେ ଏଠି
ସ୍ୱଚ୍ଛ ସମ୍ପର୍କ
ସମୟର ଆବର୍ତ୍ତନରେ
ବଦଳିବାର ବାରତା ଦେଲା ପରେ
କିଏ ବୁଝେ ଏଠି ମନର ଆବେଗ ।
ଜଣେ ଆର ଜଣଙ୍କ ବିନା
ହେଉଥାଏ ପାଗଳ
ଖୋଜୁଥାଏ ଆଖପାଖ
ତମାମ ରାତିଦିନ ସକାଳ !
ହେଲେ, ବୁଝୁଥିବା ମଣିଷ ଅବୁଝା ହୁଏ
ୟା ତା ଚକ୍ରାନ୍ତରେ ହେଇ ବଶୀଭୂତ
ଯାହାକୁ ଦିନେ ସର୍ବସ୍ୱ ଭାବୁଥିଲା
ଆଜି ସେସବୁ ଅତୀତ ।
ବିଶ୍ବାସ ଆଉ ନିଶ୍ବାସ ଭିତରେ
ମିଥ୍ୟାର ପ୍ରତିଲେପ
ପ୍ରତୀକ୍ଷଣେ ଖିନଭିନ କରେ
ପବିତ୍ର ସମ୍ପର୍କର ଆଭିଜାତ୍ୟ !
ବାଟ ଭୁଲି ଅବୁଝା ହେଇଥିବା ସାଥି
ନ ବୁଝିବା ପରେ ବଦଳିଯାଏ ଜୀବନର ଗତି
ଦୁନିଆ ଲାଗେ ଅନ୍ଧକାର ଆଉ ହୃଦୟର ଆୟୁଷ ହୁଏ ଇତି ।।