STORYMIRROR

Bidyadhar Mantry

Abstract Inspirational Others

3  

Bidyadhar Mantry

Abstract Inspirational Others

ମନ ମଉନ

ମନ ମଉନ

1 min
127


      


ମନ ଓ ମଉନ

ମନର କଥା ମଉନ ର ବ୍ୟଥା

ଅବ୍ୟକ୍ତ ଚେତନା ନିଜ ନିଜର

କିଏ ବା ବୁଝିଛି ମନ ଓ ମଉନ ର ଭାଷା !!


ଚେଇଁ ଶୋଇବା ପରି

ଜାଣିଶୁଣି ପାଟି ନ ଖୋଲିବା

ଦୃଶ୍ୟ ଅଲଗା ,ଉଦ୍ଦେଶ୍ୟ ବି ଅଲଗା

କିଏ ବା ଅନ୍ତର୍ଯ୍ୟାମୀ ,ଜାଣିଛି ଅନ୍ତର କଥା!!


ଉଦାସ ମନ ଓ ମଉନ ବ୍ରତ

ପ୍ରବାଦରେ ମୌନ ସମ୍ମତି ଲକ୍ଷଣ

ଦୁର୍ବଳ ଚିନ୍ତାଧାରା ମାନସିକତାରେ

ମଉନ ବି ପ୍ରତିବାଦ ହୋଇପାରେ

ଆଖିବୁଜି ସମ୍ମତି ପ୍ରଦାନ ବୁଝିବା ଭିନ୍ନ ବ୍ୟାପାର

କିଏ ସେ ବିଚାରକ,ଜାଣିଛି ନ୍ୟାୟର ନିୟମ !!


ନିରବତା ଆଉ ମଉନ

ଦୃଶ୍ୟ ସମାନ,ଚିନ୍ତାଧାରା ଅଲଗା

ଶୃଙ୍ଖଳା ପରିସ୍ଥିତି ପାଇଁ ନିରବତା

ଠିକ୍ ଭାବରେ ଶୁଣିହେବ ବକ୍ତା ର ବକ୍ତବ୍ୟ

ଜାଣିଶୁଣି ମୌନ ଅବଲମ୍ବନ ଭିନ୍ନ ବ୍ୟାପାର

ହୃଦୟ ର ବ୍ୟଥାକୁ ଚାପି ସହିଯିବା

ଅଯଥା ଯୁକ୍ତିତର୍କ ରୁ ଦୂରେଇ ରହିବା

ଅଭିମାନ ଅନୁରାଗ ବଶତଃ କଥା ନ କହିବା

ମୌନ ବ୍ରତ ଆଢ଼ୁଆଳେ ପ୍ରତିବାଦ ଭାବର ପ୍ରକାଶ

କିଏ ବା କହିପାରିବ, ମଉନ ପଛର କାରଣ!!


ମନ ଓ ମଉନ,ବୁଝିବା ସହଜ ବି ନୁହେଁ

ମଉନ ପଛର କାରଣ ମନକୁ ହିଁ ଜଣା

ମନର ଭାବନା ଓ ଚେତନା ରୁ ମଉନ ଉତ୍ପତ୍ତି

ମନ ଚାହିଁଲେ ପାଟି ଖୋଲିଜିବ

ମନ ମୂଳରେ ସବୁକିଛି

କିଏ ଜାଣିଛି ମନ କୁ, କା ମନରେ କଣ ଅଛି!!


ମନ ଓ ମଉନ ଚିହ୍ନିବା ଦୁରୁହ ବ୍ୟାପାର

ନିଜ ମଉନ କଥା ନିଜ ମନ କୁ ଜଣା

ମନର ନିୟନ୍ତ୍ରଣରେ ମଉନ

ମନ ଚାହିଁଲେ ହଁ, ନ ହେଲେ ଅସମ୍ଭବ

ଆନ୍ତରିକତା ସହିତ ଯଦି ହୃଦୟ ଜଡ଼ିତ 

କେବଳ ମୌନୀ ହିଁ କହିପାରେ

ମଉନ ଆଢ଼ୁଆଳେ ଥିବା ମନର କାରଣ।।  



Rate this content
Log in

Similar oriya poem from Abstract