STORYMIRROR

Bijoy Jena

Abstract

3  

Bijoy Jena

Abstract

ତାରା ଭରା ରାତି

ତାରା ଭରା ରାତି

1 min
158


ତାରାଭାରା ରାତି ଜହ୍ନର ଜୋଛନା

      ନିଶୁନ ପହର ଶବ୍ଦ

ଭାବନାରେ କେତେ ଖୋରାକ ଯୋଗାଏଁ 

      ଅସୁର ପ୍ରକୃତି ରଦ।


ନୀରବରେ ବହେ ଜୀବନର ଗତି

      ଯାଏ ଆଗକୁ ଆଗକୁ

ଆଜି ଅବା କାଲି ଭେଟିବ ନିଶ୍ଚୟ

      ମରଣର ସୀମା ଟିକୁ।


ଗୋଟିଏ ଜନମ ସରିଗଲା ପରେ

      ଏହି ଜନ୍ମ ଆସିବକି

ଯାହାକୁ ପଚାର ଭାବନାରେ ବୁଡି

       କେହି ଜଣେ କହିବକି।


କହିବା ବାଲା ତ କାଳିଆ ଠାକୁର

       ଗଢ଼ିଛନ୍ତି ଏହି ମହୀ

ରଖି ପାରେ ସିଏ ମାରି ପାରେ ସିଏ

       ତାଙ୍କ ତୁଲ୍ୟ କେହି ନାହିଁ।


ଶ୍ରୀ ଜଗନ୍ନାଥ ଙ୍କୁ ପ୍ରାର୍ଥନା କରିବା

       ଜଗତ ଉଦ୍ଧାର ପାଇଁ

ତାଙ୍କ ସୃଷ୍ଟି ପାଇଁ ସେବା ଦେଇ ଦେଇ

       ବନ୍ଦିବା କଳା ଗୋସାଇଁ।



Rate this content
Log in

Similar oriya poem from Abstract