Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SUKANTA KHANDA

Abstract

3  

SUKANTA KHANDA

Abstract

କ୍ଷମା କରିଦେବ ମୋତେ

କ୍ଷମା କରିଦେବ ମୋତେ

1 min
171


କ୍ଷମା କରିଦେବ ମୋତେ

        ସୁକାନ୍ତ ଖଣ୍ଡା

ବାପା ତୁମେ ମୋତେ ଅଭିଶାପ ଦିଅ

କର୍ତ୍ତବ୍ୟ କରିନି ମୋଟେ

ଖାଇବା ପିଇବା ଶୋଇବା ଦେଲିନି

ଅନୁତାପେ ଲୁହ ଛୁଟେ।


ମାଆ ତୁମେ ଆଉ କାନ୍ଦନାହିଁ ଆଜି

ପୁଅ ଏ ବ୍ୟାକୁଳ ସହ

ଶପଥ କରୁଛି ପୁରୁଣା ବର୍ଷରେ

ଆଶିର୍ବାଦ ଟିକେ ଦିଅ।


ଲୁହକୁ ଝରେଇ ମାଗୁଅଛି କ୍ଷମା 

ପତ୍ନୀର ହାତକୁ ଧରି

ତୁମ ଇଚ୍ଛା ଆଶା ପୂରଣ କରିନି

ବର୍ଷେ ନୀଚ୍ଚ କାମ କରି।


ଭାଇ ଭଉଣୀଙ୍କୁ ଆତ୍ମୀୟ ନ ଭାବି 

ବହୁତ ଦୁଃଖ ଦେଇଛି

ସ୍ୱାର୍ଥରେ ଚାଲିକି ଭକ୍ତି ଅବା ପ୍ରେମ

କାହିଁକି ଦେଲିନି କିଛି?


ପଡ଼ୋଶୀ ମାନଙ୍କୁ ଆଖିରେ ଦେଖିନି

ତୁଣ୍ଡରେ କହିବି କିଛି

ଗାଆଁ ସାହିଭାଇ ସବୁ ଦିନେ ତୁଚ୍ଛ

କରିଥିଲି ସଦା ବାଛି।


ପୁଅ ଆଉ ଝିଅ ଜନ୍ମକଲି ସିନା

ପାଳିବା ପୋଷିବା ବିନା

ଘୃଣା କରୁଛନ୍ତି ପାଖକୁ ନ ଆସି

ସାତପର ହେଲି ସିନା।


ସଂସାର ହାଟରେ କି ସଉଦା କଲି

ସଭିଙ୍କୁ ଭାବିକି ନୀଚ

ସ୍ୱାର୍ଥରେ ଅନ୍ଧ ମୁଁ ଅୟସ କରିଛି

ଭାବିକି ଅଟେ ମୁଁ ଉଚ୍ଚ।


ବଡ ଭୟଙ୍କର ଲୋକଟିଏ ମୁହିଁ

ଏ ବଡ଼ ଦିନରେ ଆଜି

ଅନୁତାପ ସହ ସଢ଼ି ମରୁଅଛି

କିଏ ଦେଲା ମୋତେ ଭାଜି?


ଡିସେମ୍ବର ମାସ ସରି ଯାଉଅଛି

ଯେତିକି ଯେତିକି ଦିନ

ହୃଦୟ ଭିତର କୋରି ଖାଉଅଛି

ଧିକ୍ ମୋର ପ୍ରାଣ ମନ।


କ୍ଷମା କରିଦେବ ଘର ପରିବାର

ଭାଇ ବନ୍ଧୁ ସହୋଦର

ପୁରୁଣା ବର୍ଷରେ ଶପଥ ନେଉଛି

ଶୁଭ କର୍ମ କରିବାର।

        


Rate this content
Log in

Similar oriya poem from Abstract