Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SUKANTA KHANDA

Others

4  

SUKANTA KHANDA

Others

ବନ୍ଧୁତା

ବନ୍ଧୁତା

1 min
7



ବନ୍ଧୁତା କରେନି ଯେଉଁ ପ୍ରାଣୀ ଏଠି

   ଅନନ୍ତ ଦୁଃଖ ସେ ପାଏ

ଏକୁଟିଆ ବଞ୍ଚି ରହିବା ଚାହିଁଲେ

   ବଞ୍ଚି କି ପାରିବ କିଏ

   ଯଦି ବା ବଞ୍ଚିବ ସିଏ

ଜଡ଼ କି ପଥର ନିଶ୍ଚୟ ନୁହେଁ କି

   ସଂସାର ହାଟରେ ଇଏ?୧

ସଂସାର ରକ୍ଷାକୁ ବନ୍ଧୁତା ନିଶ୍ଚିତ 

  ଶ୍ରେଷ୍ଠ ବନ୍ଧୁ ସିଏ ଅଟେ

ସ୍ୱାମୀର ପତ୍ନୀକୁ ପତ୍ନୀର ହିଁ ସ୍ଵାମୀ

   ଈଶ୍ଵର ଇସାରେ ଭେଟ

   ଏହାକୁ ମାରିଲେ ଚୋଟ 

ଦୁଃଖର ନଈରେ ଗାଧୋଉଥିବା ହେବ

   ସୈତାନ କରନ୍ତି କୁଟ।୨

ଈଶ୍ଵର ଖଞ୍ଜିଚି ପ୍ରେମର ଡୋରକୁ

   ସଂସାର ରକ୍ଷା ସକାଶେ

କୀଟଠାରୁ ବ୍ରହ୍ମ ସଭିଏଁ ଜାଗ୍ରତ

   ବଂଶ ହିଁ ରକ୍ଷା ପ୍ରକାଶେ

   ବନ୍ଧୁତା ସେ ପାଇଁ ଭାଷେ

ଯୁଆଡ଼େ ଯାଆନ୍ତୁ ବନ୍ଧୁତା ଡୋରୀରେ

   ପ୍ରାଣୀ ଓ ଉଦ୍ଭିଦ ହସେ।୩

      


Rate this content
Log in