କହି କହୁଥିଲା ଗେଲ
କହି କହୁଥିଲା ଗେଲ
ଯେଉଁଦିନ ଠାରୁ ତୁମର ଉପରେ
ଅଧିକାର ମୋର ଥିଲା
ଭଲ ପାଇବାଟା କ୍ଷୀରନୀର ପରି
ମୋ ହୃହେ ଚହଲୁ ଥିଲା।
ଅଧିକାର ଆଉ କର୍ତ୍ତବ୍ୟ ଯୋଗୁଁ ତ
ଛୋଟଛୋଟ ଭୁଲ ସବୁ
ଧରି ମୁଁ ପକାଏ ସୁଧାରିବା ପାଇଁ
କରିବାକୁ ପୂରା କାବୁ।
ତୁମ ଭୁଲ ଦେଖି ସହି ପାରେ ନାହିଁ
କାଳେ ହୋଇଯିବ ବେଶୀ
ଏକରୁ ଅନେକ ଭୁଲ ହୋଇଗଲେ
କେହି କି ହୋଇବ ଖୁସି ?
ଭୁଲ ଧରିବାଟା ସହି ପାରିଲନି
ପ୍ରତିକ୍ଷଣେ ଦୁଃଖ ଦେଲ
ନିତି ମୁଁ କାନ୍ଦୁଛି ଈଶ୍ୱରଙ୍କୁ ଚାହିଁ
କାହିଁକି ବୁଣୁଛ ଝୁଲ ?
ପ୍ରେମର ନଈରେ ପାପ ଘର କରି
କି ଲାଭ ପାଇଲ ତୁମେ
ଭଲ ପାଇବାଟା ଭୁଲ ଥିଲା ପ୍ରଭୁ
ଏହି ଏ ସଂସାର ଭୂମେ।
ଧୋକା ଦେଇଗଲା ଏହି ଜୀବନକୁ
ବଡ଼ ଭୁଲ କାଳେ କଲି
ଏକଲା କରିକି ଚାଲିଗଲା ସିଏ
ଭଲ ପାଇବାଟା ଭୁଲି।
ଆଜି ମୁଁ ଏକଲା ଦୁନିଆଁ ହାଟରେ
ଦରକାର ଆଉ ନାହିଁ
ତୁମେ ବି ତ ମୁକ୍ତ ଆକାଶରେ ଉଡ଼
ଦୋଷ ଆଉ ଧରିବିନି।
ବହୁତ୍ ଉଡ଼ିଲା ଏକରୁ ଅନେକ
ବିବାହ କରିଲା ସିଏ
ଦୋଷକୁ କିଏ ବା କ୍ଷମା କରିଦେବ
ପ୍ରତିକ୍ଷଣ କରେ ଯିଏ ।
ଆଜି ତାର ଆଉ ବୟସ ନାହିଁ କି
ରୂପ ବି ହଜିଛି ସବୁ
ଚିପୁଡ଼ି ପିଇକି ଫିଙ୍ଗି ଦେଲେ ତାକୁ
କେହି କି ହୋଇଲେ କାବୁ।
ରାସ୍ତା କଡ ଗଛ ମୂଳରେ ବସିକି
ଅନୁତାପ କରୁଥିଲା
ଦୂରରୁ ଦେଖିକି ଯାଇ କୋଳେଇଲି
ମୋ ଗୋଡ଼ ଧରି କାନ୍ଦିଲା।
ବୁଝିଲା ଏଥର ଅଧିକାର ଯୋଗୁଁ
ଯିଏ ପାଉଥିଲା ଭଲ
ଦୋଷକୁ ଧରିକି ସୁଧାରିବା ପାଇଁ
କହି କରୁଥିଲା ଗେଲ?