Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sitansu Jena

Abstract Inspirational Others

3  

Sitansu Jena

Abstract Inspirational Others

କୁନ୍ତି କାହିଁକି.......?

କୁନ୍ତି କାହିଁକି.......?

1 min
179



ଭୋଜ ବଂଶେ ମୁହିଁ ଜନମ ଲଭିଲି

ମଥୁରା କଟକ ରାଟ

ସୁରସେନ ପିତା ମାତା ମୋ ମରିଶା

କୁନ୍ତିଭୋଜ ନାମେ କ୍ଷାତ

କୃଷ୍ଣ ବାସୁଦେବ ପିଉସୀ ସମ୍ବନ୍ଧେ

ହୋଇଛି ଜଗତେ ଜ୍ଞାନ୍ତ

ଭୋଜ ବଂଶେ ମୁହିଁ ଜନମ ଲଭିଲି

ମଥୁରା କଟକ ରାଟ ...................


ରାଜ ଦୁଲ୍ଲଣା ମୁଁ ଅତିଥି ସମ୍ଭାସୀ

ଦୁର୍ବାସାଙ୍କୁ ତପେ ସେବା

ବହୁ ସାଧାନାର ଶେଷ ସମାପନେ

ବରନ୍ତି ଜାଚନା ଦେବା

ଦେବାହୁତି ମନ୍ତ୍ର କରିଲେ ପ୍ରଦାନ

ପରୀକ୍ଷା ମନେ ଉଚ୍ଚାଟ

ଭୋଜ ବଂଶେ ମୁହିଁ ଜନମ ଲଭିଲି

ମଥୁରା କଟକ ରାଟ......................


ସଖି ସଂଗତରେ ଏକାନ୍ତରେ ଦିନେ

କରିଲି ସୂର୍ଯ୍ୟ ସ୍ତମ୍ଭନ

ମୋହନ ବସନ ମନ୍ତ୍ରେ ଉଚ୍ଚାଟନ

ଦିନକର ଆହେ ଘେନ

ତକ୍ଷଣନ୍ତି ଭାନୁ ନିକଶେ ଆସିଲେ

ମୋ ସାଥେ ହୋଇଲେ ଭେଟ

ଭୋଜ ବଂଶେ ମୁହିଁ ଜନମ ଲଭିଲି

ମଥୁରା କଟକ ରାଟ....................


ଯାହା ଘଟିଗଲା ଜୀବନ ନାଟକେ 

ଜନ୍ମେ ଜନ୍ମେ ମୁଁ କୁଳଟା

ଦୋଚ୍ଚାଋଣୀ କୁନ୍ତି ଏ କର୍ଣ୍ଣ ଶୁଣିଲା

ଜଗତେ ନିନ୍ଦିତ ହେତା

ହସ୍ତିନା ନରେଶ ପଣ୍ଡୁ ପତ୍ନୀ ଛାର

କେମିତି ହେଲା ଏ ନାଟ

ଭୋଜ ବଂଶେ ମୁହିଁ ଜନମ ଲଭିଲି

ମଥୁରା କଟକ ରାଟ......................


ନିନ୍ଦା ଅପବାଦ ତାଡନା ଲାଞ୍ଚ୍ଛନା

ଗଲେ ଥିଲେ ପାଞ୍ଚ ମୋର

ଅଲାଜୁକି ହିଆ ସହିଛି ଅନେକ

ନିର୍ବାସିତ ରାଜ୍ୟ ପୁର

ଜତୁ ଗୃହେ ଅବା ଖାଣ୍ଡବ ପ୍ରସ୍ତରେ

ଅବା ବଣ ମୁଲକରେ

କେବେବି ଭାଗ୍ୟ ମୋ ପିଛା ଛାଡ଼ିନାହିଁ 

ରହିଲେବି ଏକାନ୍ତରେ  

ଅଜ୍ଞାନ୍ତ ବାସ ମୁଁ ଲଭିଛି ଦୁର୍ଦ୍ଧିନେ

ଏ ପ୍ରାଣ ହୋଇଛି କାଠ

ଭୋଜ ବଂଶେ ମୁହିଁ ଜନମ ଲଭିଲି

ମଥୁରା କଟକ ରାଟ.....................


କେଇଁ ଉପାଦାନେ ସତୀ ଶିରୋମଣୀ

ସବୁ ଯୁଗେ ମୁଁ ବିଖ୍ୟାତ

ଟାହୀ ଅବା ଏହା ସତ୍ୟ ମୁନି ମନ୍ତ୍ର ପଞ୍ଚ କନ୍ୟା ସ୍ମରେ ନିତ୍ୟ

ଯାବତ ଚନ୍ଦ୍ରାର୍କ ଜଳ କି ଅନିଳ

ନୁହନ୍ତି କେବେ ଅସ୍ପଷ୍ଟ

ଭୋଜ ବଂଶେ ମୁହିଁ ଜନମ ଲଭିଲି 

ମଥୁରା କଟକ ରାଟ...................।


Rate this content
Log in

Similar oriya poem from Abstract