ଛଉ ମହୋତ୍ସବ
ଛଉ ମହୋତ୍ସବ
ବିଶ୍ବ ବିଖ୍ୟାତ ଛଉ ଏ ଉତ୍ସବ
ଆମ୍ଭ ଜିଲ୍ଲାର ପରା
ଛଉ ବିକାଶ ଗାଆଁରେ ହେଉ
ହେବା ଗର୍ବିତ ସାରା !!
ସଂସ୍କୃତି ଆମ୍ଭ ସଂସ୍କାର ଯହୁଁ
ଛଉରେ ଅଛି ଯୁକ୍ତ,
ଗାଆଁରେ ତାର ପ୍ରସାର ହେଉ
ଶୁଣିବ ଜ୍ଞାନବନ୍ତ,
ନିହିତ ନହୁ ସହରେ ସାରା
ଗାଁ ରେ ପ୍ରସାର ହେଉ,
ଓଡ଼ିଆ ଜନ ଛଉ ଗୌରବ
ଗାଆଁରେ ତାହା ପାଉ !!
ଛଉର ଶିକ୍ଷା ଗାଆଁକୁ ମିଳୁ
ଛଉ ସଂସ୍କାର ଭରୁ,
ଉତ୍ପତ୍ତି ଯାର ଆମ୍ଭ ମାଟିରେ
ଶିକ୍ଷା ତାହରି ଧରୁ !!
ଛଉର ନୃତ ଜିଲ୍ଲାର କୀର୍ତ୍ତି
ଓଡ଼ିଆ ପରିଚୟ,
ଅଟେ ସାଧନ ଏକତ୍ରିତର
ନାହିଁ କିଛି ସଂଶୟ !!
ବିଜ୍ଞ ଗୁରୁହେ ଛଉର ଜ୍ୟୋତି
ଗାଆଁରେ କର ଜାରି
ତାହାରି ବଳୁ ହେବା ଗର୍ବିତ
ହେବ ଗଠନ ଭାରି !!