ସୁବାଷ ଚନ୍ଦ୍ର ବୋଷ
ସୁବାଷ ଚନ୍ଦ୍ର ବୋଷ
ହିଂସାର ଜବାବ ହିଂସାରେ ଦେବାକୁ
ଶପଥ ଦିନେ କରିଲ
ତରବାରୀ ଧରି ଯୁଦ୍ଧର ଡାକରା
ପ୍ରତିକ୍ଷଣ ଦେଉଥିଲ।
ମୋତେ ରକ୍ତ ଦିଅ ସ୍ଵାଧୀନତା ଦେବି
ଏ କଥା ଭରଷା ଥିଲା
ପ୍ରତି ଭାରତୀୟ ଦିଲ୍ଲୀ ଚଲ୍ଲୋ ପାଇଁ
ଦେହମନ କହୁଥିଲା।
ଅହିଂସା ପଥରେ ପାଦ ଥାପିବାକୁ
କୁଣ୍ଠାବୋଧ କରୁଥିଲ
ରକ୍ତର ଛିଟାରେ ଗାଧୋଇବା ପାଇଁ
ମନ ହିଁ ବଳାଉଥିଲ।
ବିଦେଶରେ ରହି ଭାରତୀୟ ସୈନ୍ୟ
ଠୁଳକରି ଚାଲିଥିଲ
ଭରତ ମାତାଙ୍କୁ ମୁକ୍ତି ଦେବା ପାଇଁ
ସ୍ବପ୍ନ ନିତି ଦେଖୁଥିଲ।
ଜୀବନ ଯୌବନ କଟିଗଲା ତୁମ
ଭାରତମାତାଙ୍କ ପାଇଁ
ଯୁଦ୍ଧ କରୁକରୁ କୁଆଡେ଼ ହଜିଲେ
ପତ୍ତା ମୋଟେ ମିଳିଲାନି।
ପତ୍ତା ନ ମିଳିବା ସଭିଙ୍କୁ ତକ୍ଷଣେ
ହତାସ ସହିତ ସତେ
ଲୁହ ଢ଼ାଳିଦେଇ ଛିନ୍ନଛତ୍ର ହେଲେ
ସମର ବାହିନୀ କେତେ।
ଗୋଟେ ଯୁଗ ଅବସାନ ହୋଇଗଲା
ପୁରୁଷାର୍ଥ ଯାହାଥିଲା
କର୍ମ ରହିଗଲା ଅଲିଭା ଅକ୍ଷରେ
ଦାଉଦାଉ ହିଁ ଦିଶିଲା।
ଆଜି ଜନ୍ମ ଦିନ ପାଳନ କରୁଛୁ
ଓହ୍ଲାଇ ଆସ ହେ ତୁମେ
ଏ ଭାରତ ମାଆ ଅପେକ୍ଷା କରିଛି
ଆସିବ ନାହିଁ କି ଭୂମେ?
ଜଗତ କଲ୍ୟାଣ ପାଇଁ ନିତିଦିନ
ଧର୍ମ କର୍ମ କରୁଥିଲ
ତୁମ ପରି ଆଜି ନାହିଁ କେ' ସଂସାରେ
ପ୍ରେମର ଅମୂଲ ମୂଲ।
କୋଟିଏ ପ୍ରଣାମ ଘେନ ହେ ପୁଣ୍ୟାତ୍ମା
କେଉଁଠି ଥିଲେ ବି ତୁମେ
ଦେଖୁଥାଅ ବସି ସ୍ୱାର୍ଥ ଦୁନିଆଁକୁ
କେମିତି ହେଉଛୁ ଆମେ?