STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ମଥାରୁ ଖସିଲା ଫୁଲ

ମଥାରୁ ଖସିଲା ଫୁଲ

1 min
181

ଭକ୍ତି ବିଭୋର ମୁଁ ହୋଇ ବସିଥିଲି, 

ନତଜାନୁ ଭାବେ ଧୀରେ,

ଆରାଧ୍ୟ ମୋ ଦେଖ ଦରହାସ ମୁଖେ, 

ଚାହିଁଥାନ୍ତି ସ୍ବଚକ୍ଷୁରେ। 

ଚାରି ଆଖି ଗଲା ମିଶି

ମୋ ଆଖିରୁ ଝରେ ଧାର ଧାର ଲୁହ, 

ସେ ଦିଅନ୍ତି ମୁରୁକି ହସି। 


ଦୁଃଖ ଜଣାଇବି ବୋଲି ଆସିଥିଲି

ପାଶୋର ଗଲା ତା ମନୁ,

ସେ ଦିବ୍ୟ ମୂରତି ଦେଖି ସମ୍ମୋହିତ

ହେଲା ମୋର ହୃଦ ତନୁ। 

ହାଏ କି କଲେ ମନ୍ତର ସିନା,

ଚୋରି କରିନେଲେ ନଛୁଇଁ ବି ମୋତେ

ସର୍ବ କାମନା ବାସନା। 


ଶିହରୀ ଉଠିଲେ ପ୍ରତି ଲୋମକୁପ, 

ଦେଖି ସେ ଠାକୁର ମୂର୍ତ୍ତି,

ମୂର୍ତ୍ତି ନୁହେଁ ସାକ୍ଷାତ ମୋ ମହାପ୍ରଭୁ

ମୁଁ ଦାସପଣେ ଅର୍ଜେ କୀର୍ତ୍ତି। 

ଦମ୍ଭ ଅହଙ୍କାର ଭାଙ୍ଗି,

ଲୋଟିଗଲି ଯେବେ ଚରଣ ପଙ୍କଜେ

ତାଙ୍କ ଦେହେ ମୁଁ ଗଲି କି ଲାଗି !


କେଇକ୍ଷଣର ଏ ଭାବ ସ୍ନାନ ମଧ୍ୟେ

ଦେଖିଲି କି ସ୍ୱଚକ୍ଷୁରେ,

ଫୁଲଟିଏ ହଠାତ୍ ମଥାରୁ ତାଙ୍କର

ଖସି ପଡ଼ିଲା ସତ୍ୱରେ।

ଆହା କି ସୌଭାଗ୍ୟ ମୋର

ଅନ୍ତର୍ଯ୍ୟାମୀ ଅନ୍ତର୍ଭାବ ମୋ ବୁଝିଲେ

ପୂର୍ଣ୍ଣ ମନସ୍କାମ ମୋର।  


କେବେ ଯୁଗେ ତପେ ନ ମିଳନ୍ତି

କେବେ ଶୁଦ୍ଧ ଆକର୍ଷଣେ କ୍ଷଣକରେ ଉଭା ହୋନ୍ତି। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract