STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ପରିବାର

ପରିବାର

1 min
121


ଗଢିବୁ ତୁହିରେ ତୋର ପରିବାର 

  ଦେବ ଶିକ୍ଷା ଜନଜନ,

ଗ୍ରହଣ ହେବରେ ସଂସ୍କାର ତହର

  ଆଦର କରିବେ ଜନ।


ନଥିବଟି ସ୍ବାର୍ଥ ପରିବାର ଜନେ

  ନଥିବଟି ବାବୁ ତୋର,

ସଂସ୍କାରେ ଭୂଷଣ ଥିବ ପରିବାର

  ଜଗା ଭକ୍ତି ନିରନ୍ତର।


ମନ୍ତ୍ର ସମଭାବ ଗୃହ ଜନ ପ୍ରତି

  କର୍ତ୍ତବ୍ୟ ଥିବ ତହର,

ପ୍ରେମଭାବ ଥିବ ପଡୋଶୀଙ୍କ ସଙ୍ଗ

  ଏହୁ ଅଟେ ପରିବାର।


ଭକ୍ତି ଜଗନ୍ନାଥେ ପୂଜା ଟି ଚରଣେ

  ଥିବ ସମର୍ପଣ ଭାବ,

ସତ୍ୟ ତ୍ୟାଗ ଧର୍ମ ଜୀବନ ଯାତ୍ରାର

  ଥିବ ଜନସେବା ଭାବ।


ପ୍ରେମ ମାତୃଭାଷା ସେବା ରାଷ୍ଟ୍ରଭକ୍ତି

  ଅଙ୍କୁର ଟି ପରିବାରେ,

କର୍ତ୍ତବ୍ୟ ତହର ଶିକ୍ଷା ଦେବୁ ଗୃହେ

  କର୍ତ୍ତବ୍ୟେ ଭୂଷିତ ତାରେ।


ଅତିଥି ସତ୍କାର ଗୃହେ ହେଉ ଥିବ

  ଭକ୍ତି ଗୁରୁଜନ ପ୍ରୀତି,

ଦୁଃଖୀ ଜନ ଅଶ୍ରୁ ଦେଉଥିବୁ ପୋଛି

  ରଖିବୁ କର୍ତ୍ତବ୍ୟେ ନିତି।


ସେବା ପିତୃମାତୃ କର୍ତ୍ତବ୍ୟ ତହର

  କର୍ତ୍ତବ୍ୟରେ ପରିବାର,

ମଧୁର ବଚନେ ମନ ମହୁ ଥିବୁ

  କରିବେ ସର୍ବେ ଆଦର।


ପତ୍ନୀ ପ୍ରତି ନିତ୍ୟେ ଥିବ ପ୍ରେମଭାବ

  ଆଦର କରିବୁ ତାରେ,

ଗୃହ ଲକ୍ଷ୍ମୀ ପରା ଗୃହରେ ତହର

  ନଦେବୁ ଆଘାତ ତାରେ।


ଜୀବ ହିଂସା ନହୁ ତହରି ଜୀବନେ

  ମନ୍ତ୍ର ଅହିଂସାକୁ ଧର,

ସତ୍ୟର କର୍ମରେ ରୁହ ଅହର୍ନିଶି

  ଧର୍ମର ପଥକୁ ଧର।


ପରା ସନାତନୀ ସଂସ୍କୃତି ଆମର

  ସର୍ବେ ସୁଖିନାର ମନ୍ତ୍ର,

ଭବନ୍ତୁ ସୁଖିନାଃ ଗୁଞ୍ଜୁ ହୃଦୟରେ

  ଥିବ ପରିବାରେ ମନ୍ତ୍ର।


ରାଷ୍ଟ୍ରର ଗୌରବେ ଆନନ୍ଦିତ ଯହିଁ

 ରାଷ୍ଟ୍ର ଧର୍ମ ସର୍ବୋପରି,

ପରିବାରେ ତୋର ଗୁଞ୍ଜୁ ରାଷ୍ଟ୍ର ଧର୍ମ

  କର୍ମ କର୍ତ୍ତବ୍ୟକୁ ଧରି।


ଅନୁକରଣ ଟି କରିବେ ତାହାରେ

  ଏହୁତ ରେ ପରିବାର,

ଧର୍ମ ଜ୍ଞାନ କର୍ମ ଭକ୍ତି ପ୍ରେମ ଶ୍ରଦ୍ଧା

  ଦିଏ ଶିକ୍ଷା ପରିବାର।


ହେଉ ଜନସେବା ପରିବାରେ ମନ୍ତ୍ର

  ରହୁ ଗୃହେ ଅହର୍ନିଶି,

ଭାବ ପର ଦୁଃଖ ନିଜ ଦୁଃଖ ପରି

  ଭକ୍ତି ଜଗା ଦିବାନିଶି।


ଗ୍ରହଣ କରିବେ ସଂସ୍କାରଟି ଅନ୍ୟେ

  ଦେବେଟି ମାନ୍ୟତା ତାରେ,

ଆଦର୍ଶ କ୍ରୀତିର ସନ୍ଦେଶ ଗୁଞ୍ଜିବ

  ସମଭାବ ପରିବାରେ।




Rate this content
Log in

Similar oriya poem from Abstract