STORYMIRROR

Kabiratna Nutan Kumar Behera

Abstract Inspirational

3  

Kabiratna Nutan Kumar Behera

Abstract Inspirational

ସଳିତା

ସଳିତା

1 min
211


ଶରୀର... ଶରୀର ନୁହେଁ ଜୀବନ ବିନା

ଦୀପଟିଏ ଦୀପ ନୁହେଁ

ତେଲ ଭିଜା ସଳିତାଟିଏ ହେଲେ ଊଣା

ସଳିତା ଜୀବନର ପ୍ରତୀକ

ଯୋଗାଏ ମନକୁ ପ୍ରେରଣା ଉତ୍ସାହ

ଦର୍ଶନ ତତ୍ତ୍ଵର ଗୁଢ଼ ଅର୍ଥ କରେ ପ୍ରକାଶ

ଜଳିଲେ ସଳିତା ଉଠେ ତା'ର ଶିଖା

ସଭିଏଁ କୁହନ୍ତି ଦୀପ ଜଳୁଛି

ଦୀପ ଯେ ଆଧାର ତୈଳ ଇନ୍ଧନ

ଯୋଗାଏ ଶକ୍ତି... ଉତ୍ସ ତାର ଆଲୋକ

ଆଖି ଥାଉ ଯେତେ ସୁସ୍ଥ ସବଳ

ଦୃଷ୍ଟିଶକ୍ତି ହୋଇଥାଉ ଯେତେ ବି ତୀକ୍ଷ୍ଣ

ଆଲୁଅ ବିନା ଘୋର ଅନ୍ଧାର

ଜୀବନ ପଥ ର ଆଗାମୀ ଭବିଷ୍ୟତ

ଅଜଣା ଅଶୁଣା ଅଦେଖା ଏକ ଆହ୍ଵାନ

ସମ୍ଭାବନାକୁ ସାକାର କରିବାକୁ

ଆଣି ଦେଇଥାଏ ସୁଯୋଗ

ଆଲୋକ ବିନା ସବୁ ହୋଇଯାଏ ବ୍ୟର୍ଥ

ସଳିତାଟିଏ ଜଳି ଜଳି ସୂଚାଇ ଦିଏ

ଜ୍ବଳନରେ ହିଁ ଅଛି ବିକାଶ ପ୍ରକାଶ

ଶରୀର ନ ସହିଲେ ଶ୍ରମର କଷ୍ଟ

ମନ ନ ବୁଝିଲେ ତାର ମର୍ମ

ଜୀବନର ଗତି ହୁଏ ଅନ୍ଧାର ଆଡ଼କୁ

ଆସେନା ଜାଗରଣ...

ଆରମ୍ଭ ହୁଏନା ଅଭିଯାନ

ଗୁପ୍ତ ଲୁପ୍ତରେ ଜୀବନ ହୁଏ ସମାପ୍ତ

ତ୍ୟାଗ ତିତିକ୍ଷା ସମର୍ପଣର ଭାବ

ସଳିତାର ଜ୍ଵଳନ ଦିଏ ସୂକ୍ଷ୍ମ ଦୃଷ୍ଟାନ୍ତ

ଅନୁଭବ କରି ହୃଦୟରେ ମାନବ

ଅନୁସରଣ କରେ ଶ୍ରମ ସାଧନାର ପଥ

ଯେତିକି ହୁଏ ଦକ୍ଷ ସିଦ୍ଧ ବୁଦ୍ଧ

ସେତିକି ପୂର୍ଣ୍ଣହୁଏ ତାର ମନୋରଥ

ଶରୀର ସଳିତା ସମ ତିଳ ତିଳ ଜଳି ଜଳି

ଅନ୍ତର୍ନିହିତ ପ୍ରତିଭାକୁ କରେ ତାର

ଜ୍ୟୋତିର୍ମୟ... ଅଜ୍ଞାନ ଅନ୍ଧାର ହୁଏ ଦୂର

ମନର ଆଶା ହୁଏ ପରିପୂର୍ଣ୍ଣ

ସଳିତାର ଆତ୍ମାରେ ଥାଏ ଏ ସାର୍ଥକତା...।


Rate this content
Log in

Similar oriya poem from Abstract