Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geetanjali Prusty

Abstract

3  

Geetanjali Prusty

Abstract

ଭିନ୍ନ ଏକ ସ୍ମୃତିର ପୃଷ୍ଠାରେ

ଭିନ୍ନ ଏକ ସ୍ମୃତିର ପୃଷ୍ଠାରେ

1 min
7



ସେହି ପିଲାଦିନ ମୋର ଆସିଥିଲା

ପୁଣ୍ୟ କାଠଯୋଡ଼ି ତୀରେ

ନଦୀ ପଠା କାଶତଣ୍ଡୀ ଫୁଲର ଶୋଭାରେ

ସୁନିର୍ମଳ ଜଳରାଶିର ନୀଳ

ନୀଳ ଢେଉରେ

ସୁନା ରଙ୍ଗ କନିଅରର 

ଅପୂର୍ବ ଶୋଭାଙ୍ଗନରେ


ସେହି ପିଲାଦିନ ମୋର ଆସିଥିଲା

ସାଙ୍ଗସାଥୀ ମେଳରେ

ବୋହୂ ବୋହୂକା ଖେଳରେ

ସଢ଼େଇରେ ଭାତ ଡାଲି ରାନ୍ଧି

ପରଷି ଦେବାରେ

ପୁଚି, କବାଡି, ଲୁଚକାଳି ଖେଳର ଆସରେ


ସେହି ପିଲାଦିନ ମୋର ଆସିଥିଲା

ବହି ବସ୍ତାନି ଧରି ସ୍କୁଲ ଯିବା ରାସ୍ତାରେ

ଅଣ ଓଷାରିଆ ଧୂଳି ଧୂସରିତ

କିଆ ଗୋହିରୀ ମଧ୍ୟରେ

ଜାମୁକୋଳିର ମିଠା ମିଠା ସ୍ୱାଦରେ

ରୀନା, ଲିନା, ବୁବୁ, ଟୁବୁଙ୍କ

ମନ ମାତାଣିଆ ନିର୍ଭେଜାଲ

ଜୀବନ ସଙ୍ଗୀତରେ


ସେହି ପିଲାଦିନ ମୋର ଆସିଥିଲା

ଦୋଳ ଯାତ, ହୋଲିର ରଙ୍ଗ ଅବିରରେ

ରଜ ଦୋଳି, ପୋଡ଼ ପିଠା, ତାସ,

ବାଗୁଡ଼ି ଖେଳରେ

ରଜ ପାନର ମିଠାମିଠା ବାସ୍ନାରେ

ଘର ଘର ବୁଲି ଖୁସି ମନେଇବାରେ


ସେହି ପିଲାଦିନ ମୋର ଆସିଥିଲା 

ଭୋଦୁଅର ଖୁଦୁରୁକୁଣୀ ଓଷାରେ

ରାତି ଘଡ଼ିଏ ଥାଇ କାହାର

ବାଡ଼ି,ଘରୁ ଫୁଲ ଚୋରି କରିବାର

ନିଆରା ଆନନ୍ଦରେ 

ଅଶିଣର ଜହ୍ନି ଓଷାରେ

କୁମାର ପୁନେଇଁ ଜହ୍ନରେ 

ଫୁଲ ବଉଳ ବେଣୀ ଗୀତରେ 

ଅନାବିଳ ଆତ୍ମ ସନ୍ତୋଷରେ


ସେହି ପିଲାଦିନ ମୋର ଆସିଥିଲା

ବାପା ମାଆଙ୍କ ଅଧୁରା ସ୍ବପ୍ନରେ

ମଣିଷ ଭଳି ମଣିଷ ହେବାର

ସୁଦୃଢ଼ ଦସ୍ତାବିଜରେ

କେମିତି କେଜାଣି ଏତେ ସବୁ ଇସ୍ତାହାର

ପାଣି ଫୋଟକା ଭଳି ମିଳାଇ ଗଲା

ଏବେ ସେସବୁ କେବଳ

ଏ ଜୀବନ ସଞ୍ଜରେ

ଶୋଭା ପାଏ 

ଭିନ୍ନ ଏକ ସ୍ମୃତିର ପୃଷ୍ଠାରେ

ଭିନ୍ନ ଏକ ସ୍ମୃତିର ପୃଷ୍ଠାରେ ।


Rate this content
Log in

Similar oriya poem from Abstract