Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Biswanath Nayak

Others

4  

Biswanath Nayak

Others

ଆସ ଆମେ ହଜିଯିବା

ଆସ ଆମେ ହଜିଯିବା

1 min
9



ଆସ ଆମେ ହଜିଯିବା କିଛି କ୍ଷଣ ପାଇଁ

ରାକା ରଜନୀର ମଧୁ ଜୋଛନା ଭିତରେ। 

ଆମ ଜୀବନର ଯେତେ ଦୁଃଖ-ଅମାନିଶା

ହଜାଇଣ ବିସ୍ମୃତିର ଅତଳ ଗର୍ଭରେ। 


ଆସ ଆମେ ହଜିଯିବା କିଛି କ୍ଷଣ ପାଇଁ 

ଆମ ଶୈଶବର ସେହି ମଧୁର ସ୍ମୃତିରେ।

ଅନାବିଳ ହସ ହସି ଶିଶୁଟିଏ ପରି

କିଣିନେବା ସଭିଙ୍କର ମନ ଦୁନିଆରେ। 


ଆସ ଆମେ ହଜିଯିବା କିଛି କ୍ଷଣ ପାଇଁ

ଆପଣା ଗାଆଁମାଟିର ମଧୁରବାସ୍ନାରେ। 

ମନେ ପକାଇବା ସେହି ଆପଣାଲୋକଙ୍କୁ

ଭିଜିଥିଲେ ଆମେ ଦିନେ ଯାହାଙ୍କ ସ୍ନେହରେ। 


ଆସ ଆମେ ହଜିଯିବା କିଛି କ୍ଷଣ ପାଇଁ

ମାତୃଭୂମିର ମହାନ ଐତିହ୍ୟ ଭିତରେ। 

ସ୍ମରଣ କରିବା ସେମାନଙ୍କ ବଳିଦାନ

ସହିଦ ହେଲେ ଯେ ଦେଶ ରକ୍ଷା କରିବାରେ। 


ଆସ ଆମେ ହଜିଯିବା କିଛି କ୍ଷଣ ପାଇଁ 

ମାନବତାର ସେ ମହାସାଗର ଭିତରେ। 

ଅନ୍ତରରୁ ଧୋଇଦେଇ ତୋର ମୋର ଭାବ

ବିଶ୍ଵଭ୍ରାତୃତ୍ଵଭାବର ପ୍ରେମ ଲହଡ଼ିରେ। 


ଆସ ଆମେ ହଜିଯିବା କିଛି କ୍ଷଣ ପାଇଁ 

ପ୍ରେମମୟ ପ୍ରଭୁଙ୍କର ଭକତିଭାବରେ। 

'ମୁଁ' 'ମୋହର' ଅହଂଭାବ କରି ସମର୍ପଣ 

ମଙ୍ଗଳମୟ ପ୍ରଭୁଙ୍କ ପଦାରବିନ୍ଦରେ। 



Rate this content
Log in