Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Biswanath Nayak

Others

4  

Biswanath Nayak

Others

ଟିକେ ଆଶା

ଟିକେ ଆଶା

1 min
7



ପତ୍ରଝଡ଼ା ବୃକ୍ଷ ଦେଖି ଯେବେ ମନେ

ଆସଇ କେବେ ନିରାଶା। 

କିଶଳୟ ତାର ଆଶା ଦେଇ କହେ

ମୁଁ ଅଛି ରଖ ଭରସା। 


ନଦୀର ଶୁଖିଲା ବୁକୁ ଦେଖି ଯେବେ

ପଥିକ ହୁଏ ହତାଶ।  

କ୍ଷୀଣ ଜଳଧାର ଆଶା ଦେଇ କହେ 

ମୁଁ ଅଛି କିମ୍ପା ନିରାଶ ?


ମଉଳାଫୁଲର ବିରସ ବଦନ

ଦେଖି ଯେବେ ଆସେ ଦୁଃଖ। 

ପାଶେ କ୍ଷୁଦ୍ର କଢ଼ି ଆଶା ଦେଇ କହେ 

ମୁଁ ଅଛି ବାଣ୍ଟିବି ସୁଖ। 


କଳାମେଘ ଯେବେ ତପନକୁ ଢାଙ୍କି

ଅନ୍ଧକାର କରେ ମହୀ। 

ଧାରେ ସୂର୍ଯ୍ୟ ରଶ୍ମି ମେଘ ଫାଙ୍କେ କହେ 

ମୁଁ ରହିଛି ଭୟ ନାହିଁ। 


ନିରାଶା ଭିତରେ ଥିବା ଲୋକ ମନେ

ଭରିଦେଲେ ଟିକେ ଆଶା। 

ଜୀବନ-ତରୀ ତା ଆଗକୁ ଚାଲିବ

ପାଇ ବଞ୍ଚିବାର ଦିଶା।।


Rate this content
Log in