Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Biswanath Nayak

Others

4  

Biswanath Nayak

Others

ମୁଁ____

ମୁଁ____

1 min
9



ମୁଁ ଶବଦଟି ଅଟେ ସିନା ଛୋଟ 

ଅର୍ଥ ତା ଅଟେ ଅନେକ।  

ବ୍ୟକ୍ତି ମନୋଭାବ ନେଇ ତା ହୁଅଇ

ଗୁଣର ପରିଚାୟକ। 


'ମୁଁ ସବୁ କରୁଛି ସବୁ ଅଟେ ମୋର '

ଭାବିଲେ ଏହା ମନରେ। 

ଗର୍ବ ଅହଙ୍କାର ଅଜାଣତେ ଆସି

ବସଇ ହୃଦ-କନ୍ଦରେ। 


'ମୁଁ ପ୍ରଭୁଙ୍କର ଦାସ' ବୋଲି ଯିଏ

ଭାବେ ସଦା ହୃଦୟରେ। 

ପ୍ରଭୁଭକ୍ତି ଆଉ ସମର୍ପିତ ଭାବ

ଉଦେ ହୁଏ ତା ମନରେ। 


'ମୁଁ ଆତ୍ମା ଅଟଇ ଦେହ ନୁହେଁ' ବୋଲି

କରେ ଯେ ହୃଦୟଙ୍ଗମ। 

ତୋର ମୋର ଭାବ ହୁଅଇ ତା ଦୂର

ସର୍ବ ଦେଖେ ଆତ୍ମ ସମ। 


ଯେଉଁ ମୁଁ ଶବ୍ଦେ ଅଛି ସମର୍ପଣ

ସେଇଥିରେ ଅହଙ୍କାର। 

ନର ଲଭିଥାଏ ମୁକ୍ତି ବା ବନ୍ଧନ

ନେଇ ଭାବନା ମନର।।



Rate this content
Log in