Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Biswanath Nayak

Others

4  

Biswanath Nayak

Others

ହାରିବାର ଆନନ୍ଦ

ହାରିବାର ଆନନ୍ଦ

1 min
11



ଅହଙ୍କାର ହାରେ ଯେବେ ବିବେକ ଆଗରେ ,

ଘୃଣା ହାରିଯାଏ ଯେବେ ପ୍ରେମ ସମ୍ମୁଖରେ ,

ଯେବେ ସନ୍ଦେହ ହାରଇ ବିଶ୍ଵାସ ଆଗରେ ,

ସେ ହାରିବାର ଆନନ୍ଦ ନିଆରା ସତରେ !


ଯେବେ ଅଧର୍ମ ହାରଇ ଧର୍ମ ସମ୍ମୁଖରେ ,

ହିଂସା ହାରିଯାଏ ଯେବେ ଅହିଂସା ଆଗରେ ,

ଅଜ୍ଞାନତା ଯେବେ ହାରେ ଜ୍ଞାନ ସମ୍ମୁଖରେ ,

ସେ ହାରିବାର ଆନନ୍ଦ ନିଆରା ସତରେ !


ମୃତ୍ୟୁ ହାରିଯାଏ ଯେବେ ଜୀବନ ଆଗରେ ,

ଯେବେ ଲୁହ ହାରିଯାଏ ହସ ସମ୍ମୁଖରେ ,

ସ୍ଵାର୍ଥ ଯେବେ ହାରିଯାଏ ସମ୍ପର୍କ ଆଗରେ ,

ସେ ହାରିବାର ଆନନ୍ଦ ନିଆରା ସତରେ !


ଶତ୍ରୁତା ହାରଇ ଯେବେ ମିତ୍ରତା ଆଗରେ ,

ଭୋଗ ଯେବେ ହାରିଯାଏ ତ୍ୟାଗ ସମ୍ମୁଖରେ ,

ଯେବେ ଅନ୍ଧକାର ହାରେ ଆଲୋକ ଆଗରେ ,

ସେ ହାରିବାର ଆନନ୍ଦ ନିଆରା ସତରେ !


ଯେବେ ଭୟ ହାରେ ଧୈର୍ଯ୍ୟ ସାହସ ଆଗରେ ,

ଯୁଦ୍ଧ ହାରେ ଯେବେ ଶାନ୍ତି ମୈତ୍ରୀ ସମ୍ମୁଖରେ ,

ନିରାଶା ହାରଇ ଯେବେ ଭରସା ଆଗରେ ,

ସେ ହାରିବାର ଆନନ୍ଦ ନିଆରା ସତରେ !


ମିଥ୍ୟା ହାରିଯାଏ ଯେବେ ସତ୍ୟର ଆଗରେ ,

ଯେବେ ବନ୍ଧନ ହାରଇ ମୁକ୍ତି ସମ୍ମୁଖରେ , 

ଦେହ ଅଭିମାନ ଯେବେ ଆତ୍ମା ଆଗେ ହାରେ

ସେ ହାରିବାର ଆନନ୍ଦ ନିଆରା ସତରେ ।।



Rate this content
Log in