Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Barik

Inspirational

3  

Jagannath Barik

Inspirational

ମୋ ରାଜ୍ୟ ଓଡ଼ିଶା

ମୋ ରାଜ୍ୟ ଓଡ଼ିଶା

1 min
402



 ଓଡ଼ିଶା ମୋର  ଜନମଭୂଇଁ    ସାରା ଜଗତେ ସାର

 କେଡ଼େ ସୁନ୍ଦର  ରାଇଜ ମୋର   ସତେ ସରଗ ପୁର |


 ଏଇଠି ଅଛି    ଶଙ୍ଖ ଚକ୍ର     ଗଦା କମଳ କ୍ଷେତ୍ର 

  ରକ୍ଷା କବଚ  ଶ୍ରୀଜଗନ୍ନାଥ     ଢାଳନ୍ତି କୃପାମୃତ |


 ସାଗର ଧୁଏ   ଚରଣ ଯାର    ବଉଦ ସାଜେ ଗଭା 

  ତଟିନୀ ମାଳ  ହୀରକ ହାର   ଆହା କି ମନ ଲୋଭା |


 ହରିତ କ୍ଷେତ   କାନନ ବନ    ବସନ ଆଭୂଷଣ 

  ଭୂଧର ମାଳା   ବକ୍ଷୋଜ ସମ   ଝରାଏ ପ୍ରସ୍ରବଣ |


  ମେଘ ବାହନ   ଖାରବେଳଙ୍କ   ଦିଗ୍ ବିଜୟୀ ଗାଥା

  ଖଣ୍ଡଗିରିର    ପ୍ରସ୍ତର ଗୁମ୍ଫା    ଦେହେ ହୋଇଛି ଲେଖା |


  ଅନଙ୍ଗ ଭୀମ  ବୀରତ୍ୱ ପଣ    ଗାଉଛି ବାରବାଟୀ 

   ଲକ୍ଷ ପାଇକ  ବକ୍ଷ ଶୋଣିତେ   ସିକ୍ତ ଯା ବୀର ମାଟି |


  ବାର ବର୍ଷର   ବଢ଼େଇ ପୁଅ    ମାରେ କୋଣାର୍କ ଚୂଳି 

   ବାଜି ରାଉତ  ଦେଶ ପାଇଁକି   ଦେଇଛି ପ୍ରାଣ ବଳି |


  ଜୟଦେବଙ୍କ   ଗୀତ ଗୋବିନ୍ଦେ  ନାଚିଲେ ବନମାଳୀ 

  କବି ପଣରେ   ଉପେନ୍ଦ୍ର ଭଞ୍ଜ   ସଭିଙ୍କୁ ଗଲେ ବଳି |


  ଅତିବଡ଼ିଙ୍କ    ଶ୍ରୀଭାଗବତ    ପୂଜିତ ଘରେ ଘରେ 

   ଓଡ଼ିଆ ବଧୁ   ଚଉରା ମୂଳେ    ସଞ୍ଜ ବତୀ ଜାଳେ |


  ଓଡ଼ିଆ ଘର    ବାସୀ ପଖାଳ   ସହିତ ବଡ଼ି ଚୂରା 

   ଖାଇଛି ଯିଏ   ଭୁଲିନି ସିଏ    ହୋଇଛି ଆତ୍ମହରା |


  ବକ୍ସି ଜୟୀ     ମଧୁ ବିଜୁଙ୍କ    ରାଇଜ ପରା ଏହି 

  ସ୍ୱାଭିମାନରେ   ବଢିବା ଆମେ   ନବୀନ ମନ୍ତ୍ର ଗାଇ |


Rate this content
Log in

Similar oriya poem from Inspirational