STORYMIRROR

Bharatabandhu Biswal

Inspirational

3  

Bharatabandhu Biswal

Inspirational

ମେଣ୍ଢାପଲ

ମେଣ୍ଢାପଲ

1 min
327


ଆମ ଗାଆଁ ଯଦୁଆ ଭାରି ସିଦ୍ଧହସ୍ତ ;

ଖୁଆଡ଼ରେ ରଖିଅଛି ପଲପଲ ମେଣ୍ଢା

ମେଣ୍ଢା ଯୋଗୁଁ ସିଏ ମାଲାମାଲ

ସ୍ୱଚ୍ଛଳ ଓ ଜଣେ ମଧ୍ୟବିତ୍ତ ।

ଯଦୁ ମେଣ୍ଢା ଭାରି କରିତ୍ କର୍ମା

ଛାଡିଦେଲେ ବେଫିକର ଚରିବେ ଗୋଚର,

ବୁଲାଇ ପାରିବେ ଜିଭ ଏଣେତେଣେ

ଉଜାଡିବେ ଖଳାବାଡି କ୍ଷେତରେ ଫସଲ,

ଛନ ଛନ ଧାନବିଲ

ଅର୍ଥକରୀ ଆଳୁ ବାଇଗଣ

ଏମିତିକି ମାଟିତଳେ ଫଳୁଥିବା 

ମୁଫଲି ବାଦାମ

ଖୁରା ମାରି ତାଢିବାରେ ତାକୁ ବି ଓସ୍ତାଦ

ସବୁଆଡେ ଯଦୁଆର ମେଣ୍ଢାଙ୍କ ପହଞ୍ଚ ।

ଧର୍ମ ଶିକ୍ଷା ସାହିତ୍ୟ ଶାସନ

ଅସୁରକ୍ଷ ସମାଜ ବ୍ୟବସ୍ଥା,

ସବୁଆଡେ ସାଲୁବାଲୁ ଯଦୁଆଙ୍କ ମେଣ୍ଢାପଲ

ନ ମାନନ୍ତି କିଛି ବନ୍ଧ ବାଡ଼,

ମେଣ୍ଢା ବାଳେ ବୋଳିଦେଇ ଖାଣ୍ଟି ଜଡାତେଲ

ଛାଇ ତଳେ କୁତୁକୁତୁ ଖେଳନ୍ତି ଯଦୁଆ

ମେଣ୍ଢା ଛୁଆ ସଙ୍ଗେ ମସଗୁଲ ।

ମେଣ୍ଢା ମୁଣ୍ଡ ବଡ଼ ଟାଣ

ମେଣ୍ଢା ବାଳ ଉଷ୍ମ କରେ ପଶମ ପୋଷାକ,

ଗୋଟିଏ ମେଣ୍ଢା ବେକରେ

ଯଦୁ ବାନ୍ଧିଦିଏ ଘଣ୍ଟି,

ଭିଡିନିଏ ଆଗେ ଆଗେ

ମେଣ୍ଢା ପଲ ଯାଆନ୍ତି ପଛରେ,

ଯଦୁ ଯଦି ପାଣିରେ ପହଁରେ

ଚାହୁଁ ଚାହୁଁ ମେଣ୍ଢା ଯାକ ଭାସୁଥାନ୍ତି 

ଅଗାଧ ଜଳରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational