STORYMIRROR

Kalandi pal

Inspirational

3  

Kalandi pal

Inspirational

ତୁଳସୀ ରସିଆ

ତୁଳସୀ ରସିଆ

1 min
423

ତୁଳସୀ ରସିଆ ମୋ ଜଗା କାଳିଆ

    ତୁଳସୀରେ ସଦା ମନ

ତୁଳସୀର ବାସ ବାସେ ଚଉପାଶ

    ତା ସାଥେ ଘୋରା ଚନ୍ଦନ

ପ୍ରଭୁ, କିଣି ନିଅ ମନ ପ୍ରାଣ ।


ତୁଳସୀ ଦୟଣା ଶ୍ରୀ ଭୁଜେ ଝୁଲଣା

    ଶିରେ ତୁଳସୀ ମୁକୁଟ

ପାଦରେ ତୁଳସୀ ସର୍ବାଙ୍ଗେ ତୁଳସୀ

    ଦେଖି ମାଲକ୍ଷ୍ମୀ ଉଚ୍ଚାଟ

ମାଆ କମଳିନୀ ଭାରି ଅଭିମାନି

    ଭାଳି ଭାଳି ଯାଏ ଦିନ ।


ଡରୁଛନ୍ତି ମାଆ ଆହେ ଚଉବାହା

   କାଳେ ତୁମେ ହେବ କା'ର

ସେଥିପାଇଁ ଡରେ ମାଆଙ୍କ ନାମରେ

   ଲେଖିଦେଲ ଶ୍ରୀମନ୍ଦିର

ଲକ୍ଷ୍ମୀ ଗଳାହାରେ ତୁଳସୀ ପୟରେ

    ଶିରେ ପିନ୍ଧି ନିଅ ମନ ।


Rate this content
Log in

Similar oriya poem from Inspirational