STORYMIRROR

rasmi maye pati

Inspirational

3  

rasmi maye pati

Inspirational

ବିଶ୍ୱାସ

ବିଶ୍ୱାସ

1 min
419


ସମ୍ପର୍କ ର ଦୀପ ଶିଖା 

   ତେଜବନ୍ତ ହୋଇ ଜଳେ

ବିଶ୍ୱାସ ର ସୂତା ଖିଅ 

  ମଜଭୁତ ଯେତେ ବେଳେ ।


ସନ୍ଦେହ ଠାଉକା ଚୋର

 ଉଙ୍କି ମାରେ ଯେତେବେଳେ

ବିଶ୍ୱାସ ର ସଳିତା ଟି 

  ମିଞ୍ଜି ମିଞ୍ଜି ହୋଇ ଜଳେ ।


କ୍ରୁଦ୍ଧ ର ଦଧିନଉତି 

  ମୁଣ୍ଡ ଟେକେ ଯେତେବେଳେ

ଲିଭିବ ଲିଭିବ ବୋଲି 

  ଭାଳୁ ଥାଏ ସେ ଅନ୍ତରେ ।


ପ୍ରିୟ ପ୍ରିୟା ଦୁଇ ହୃଦେ 

  ସନ୍ଦେହ ବହ୍ନି କୁହୁଳେ

ପରିଧି ବାହାର ପ୍ରେମ

 ଅଦିନେ ନିଶ୍ଚିହ୍ନ ହୁଏ ।


ବିନା ଇନ୍ଧନ ରେ କେଡେ

 ଭୟଙ୍କର ବହ୍ନି ଜଳେ

କେବଳ ସନ୍ଦେହ ଶବ୍ଦ

  ମାଧୁର୍ଯ୍ୟ କୁ ଜାଳିଦିଏ ।


ରାଗ ଋଷା ଅଭିମାନ

  ସନ୍ଦେହ ଥିଲେ ମନ ରେ

ବିଶ୍ୱାସ ର ଦୀପ ଶିଖା 

  ଚିର ଦିନ ଲିଭି ଯାଏ ।


ବଞ୍ଚି ବାକୁ ହେବ ପରା

  ସମ୍ପର୍କ ର ନଦୀ ତୀରେ

ବିଶ୍ୱାସ ର ସୂତା ଖିଅ

 ଗୁନ୍ଥୁ ଥିବା ସୁଗନ୍ଧ ରେ ।



Rate this content
Log in

Similar oriya poem from Inspirational