STORYMIRROR

Debaki Behera

Inspirational

3  

Debaki Behera

Inspirational

ସ୍ଵାଭିମାନୀ

ସ୍ଵାଭିମାନୀ

1 min
21

ପରିବା ହେଉ କି ଅନ୍ୟ ସଉଦା

କିଣିବା ପାଇଁକି ବଜାର ଗଦା ।

ମୂଲଚାଲ ସେଠି କରୁ ବହୁତ

କିଣି ଆଣୁ ଆମେ ସଉଦା ଶତ।

ରିଲାଏନ୍ସ ଫ୍ରେସ୍ ଯାଇକି ଆମେ

ସାମାନ କିଣି କି ଅଣ ଯେ ତୁମେ।

ରାସ୍ତାରେ ଦେଖିଲେ ମଉସା ବୁଢ଼ା

ଦୁର୍ବଳ ଶୁଖିଲାରେ ଚମଡା ଗଢ଼ା।

ଛିଣ୍ଡା ଲେଙ୍କଡା ତା ବେଶ ପୋଷାକ

ଦେଖି ନ ମାଡନ୍ତି କେହି ତା ପାଖ।

ଯଦି କିଏ ଯାଏ ଚାଲି ତାଙ୍କର ପାଖ

ମୂଲଚାଲ କରି ବଢାଏ ଦୁଃଖ।

କହିରଖୁଛି ମୁଁ ଗୋଟିଏ କଥା

ସ୍ଵାଭିମାନୀ ସିଏ ସତ ଏକଥା ।

ଅଧିକା ଦେଲେ ଯେ ଗୋଟିଏ ଟଙ୍କା

ହୋଇବନି ତୁମ ପକେଟ ଫାଙ୍କା।

ଭିକ ନ ମାଗେ ସେ କାହା ଆଗର

କଷ୍ଟ କରି ଚଳେ ନୁହେଁ କାତର।

 ସୋ ରୁମ୍ ଯାଇ ଆସ ବୁଲିକି

ଟଙ୍କା ଖର୍ଚ୍ଚ କର ଯାଇ ସେଠିକି।

କିଣି ଦେଖ କିଛି ସେଇ ସାମାନ

ବଢାଇ ଯାଇଣ ମଉସା ମାନ।

ମଉସା ହେଇ କି ହେଉ ମାଉସୀ

ବିକନ୍ତି ସମାନ ରାସ୍ତାରେ ବସି।

ଦରିଦ୍ରତା ତାଙ୍କ ଫୁଟି ଦିଶଇ

ହେଲେ ଭିକ କେହି ମାଗନ୍ତି ନାହିଁ।

ଭଲ ଜିନିଷ ଯେ ତୁମେ ପାଇବ

ଅନୁରୋଧଟିକୁ ନିଶ୍ଚେ ରଖିବ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational