Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Ranjan Kumar Brahma

Inspirational

1.0  

Ranjan Kumar Brahma

Inspirational

ମୋ ଭାଷା ମୋ ପରିଚୟ

ମୋ ଭାଷା ମୋ ପରିଚୟ

1 min
406



ଓଡ଼ିଆ ଭାଷାର ଶ୍ରୀ ବୃଦ୍ଧି କଲେ

ଆହେ ଭୀଷ୍ମ ପୂଜ୍ୟ ଫକୀର ।

ସେ ଭାଷା ଜ୍ଞାନ ହୀନ କାରଣେ

ଆଜି ବୁଲୁ ଆମେ ହୋଇ ଫକୀର ।


ବର୍ଣ୍ଣବୋଧଟି ଉପହାରେ ଦେଲେ

ଜାତି ବଢିବା ଆଶେ ମଧୁସୂଦନ ।

ଗୁଳ୍ମ ଦେହେ ଲତା ଯେପରି ରହୁଛି

ଉଠିବା ବଢିବା ହୁଏ କଷଣ ।।


ଅତିବଡ଼ି ଦାସ ଅତି ବଡ଼ ଭାବେ

ରଚିଗଲେ ସୁନ୍ଦର ଭାଗବତ ।

ତାକୁ ନେଇ ଜାତି ଛାତି ଫୁଲାଇଲା

ଗଢି ଗାଁ ଦାଣ୍ଡେ ଟୁଙ୍ଗି ଚାଳ ଛତ୍ର ।।


ଆମ ପିଲେ ପାଠ କରି ଅଧ୍ୟୟନ

ରଖିବେ ଗ୍ରାମ ଚାଟଶାଳୀ ମାନ ।

ଅବଧାନ ପାଦେ ଲୟ ରଖି ସର୍ବେ

ଗଢିବେ ସୁସ୍ଥ ସୁନ୍ଦର ଜୀବନ ।।


ଭାଷା ଦିବସେ ମନକୁ ପଖାଳି

ସ୍ମୃତି କରେ ଆମ ଯୁଗ କାହାଣୀ ।

ଅତ୍ୟାଧୁନିକେ ପ୍ରବେଶ କରିଣ 

ଢାଳ ପାଳୁକୁ ପାଶୋରି ଦେଲୁଣି ।।


ଆମେ ପ୍ରଥମେ ସ୍ୱାଧୀନ ପାଇଲୁ

ଏହି ବଳିଷ୍ଠ ଭାଷାର ପ୍ରଭାବେ ।

ଆଜି ପରାଧୀନ ଆଡେ ଯାଉଛୁ

ହୁଡ଼ି ଭାଷା ଜାତି ଜ୍ଞାନ ଅଭାବେ ।।


   


Rate this content
Log in